Only for Entertainment

ଏହିଭଳି ଦୂର କରନ୍ତୁ ବାସ୍ତୁ ଦୋଷ ।

The Epoch Times
26

ବାସ୍ତୁକୁ ନେଇ ବିିଭନ୍ନ କଥା ରହିଛି । ଯାହା ଦ୍ୱାରା ବିିଭନ୍ନ ସମସ୍ୟା ସୃଷ୍ଟି ହୁଏ ବୋଲି ବିଶ୍ୱାସ ରହିଛି । ତେବେ ଏହାକୁ ନେଇ ଆଉ କ’ଣ କଥା ରହିଛି ଆସନ୍ତୁ ଆଲୋଚନା କରିବା ।

ପରିବାର ପ୍ରତି କୌଣସି ବିପଦ ଆସିବା ପୂର୍ବରୁ ଘରେ ଥିବା ତୁଳସୀ ଗଛ ଶୁଖିବାକୁ ଲାଗେ ଓ ଏହାର ରଙ୍ଗ ମଧ୍ୟ ବଦଳିବାକୁ ଲାଗେ।। ଯଦି କୌଣସି ଗ୍ରହର ଅଶୁଭ ପ୍ରଭାବ ଆପଣ କିମ୍ବା ପରିବାର ଉପରେ ପଡ଼ିବାକୁ ଥାଏ, ତେବେ ତୁଳସୀ ଗଛର ରଙ୍ଗ ବଦଳିବା ଆରମ୍ଭ କରେ। ଆଉ ପରିବାରର କିଛି ଶୁଭ ହେବାର ଥିଲେ, ତୁଳସୀ ଗଛ ସବୁଜ ଓ ଭରା ଭରା ଲାଗେ।

କେବଳ ଏତିକି ନୁହେଁ, କିଛି ନିର୍ଦ୍ଦିଷ୍ଟ ଉପାୟରେ ତୁଳସୀ ଗଛର ବ୍ୟବହାର ଦ୍ୱାରା ଆପଣ ବ୍ୟକ୍ତିଗତ ଜୀବନର ଅନେକ ସମସ୍ୟାରୁ ମୁକ୍ତି ମଧ୍ୟ ପାଇପାରିବେ। ଆସନ୍ତୁ ଏବେ ସେ ସମ୍ପର୍କରେ ଜାଣିବା।

୧. ଯଦି ଆପଣଙ୍କ ସନ୍ତାନ ଆପଣଙ୍କ କଥା ମାନୁ ନାହିଁ, ତେବେ ଆପଣ ଘରେ ତୁଳସୀ ଗଛକୁ ପୂର୍ବ ଦିଗରେ ରଖନ୍ତୁ। ଏଥିସହ ପ୍ରତିଦିନ ସେହି ଗଛର ୩ଟି ପତ୍ର ତାଙ୍କୁ କୌଣସି ବି ଉପାୟରେ ଖୁଆନ୍ତୁ। ଦେଖିବେ, ଏହାଦ୍ୱାରା କିପରି ଆପଣଙ୍କ ସନ୍ତାନର ଆଚାର ବ୍ୟବହାର ପରିବର୍ତ୍ତନ ହେବ ଏବଂ ସେ ଆପଣଙ୍କ ସବୁ କଥା ମାନିବାକୁ ଲାଗିବ। କିନ୍ତୁ ଧ୍ୟାନ ଦିଅନ୍ତୁ, ମଙ୍ଗଳବାର ଓ ରବିବାର ତୁଳସୀ ପତ୍ର ଛିଡ଼ାଇବେ ନାହିଁ।

ଆହୁରି ପଢ଼ନ୍ତୁ
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More