Only for Entertainment

ଧନରାଶି ବଢାଇବାରେ ସାହାଯ୍ୟ କରନ୍ତି ଏହି ସମସ୍ତ ଜୀବ । ଆଜି ହିଁ ଘରକୁ ଆଣନ୍ତୁ ।

post.jagran.com
63

ଅଧିକ ଧନରାଶି ରୋଜଗାର କରିବାକୁ ସମସ୍ତେ ଭଲ ପାଆନ୍ତି ଏବଂ କଠିନ ପରିଶ୍ରମ ମଧ୍ୟ କରନ୍ତି, କିନ୍ତୁ ବେଳେ ବେଳେ ଯେତେ କଷ୍ଟ କଲେ ମଧ୍ୟ ଆବଶ୍ୟକ ଅନୁସାରେ ରାଶି ମିଳିନଥାଏ । ସେଥିପାଇଁ ଆପଣ ଚିନ୍ତିତ ଏବଂ ବ୍ୟସ୍ତ ବିବ୍ରତ ହୋଇଯାଆନ୍ତି । କିନ୍ତୁ ଏହାକୁ ନେଇ ବାସ୍ତୁ ଶାସ୍ତ୍ରରେ କିଛି ସମାଧାନର ରାସ୍ତା ଅଛି । ଯାହାକୁ କରିବା ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

କୁକୁର: କୁକୁରକୁ ଘରେ ରଖିବା ଦ୍ୱାରା ଧନରାଶି ବଢିଥାଏ ବୋଲି କୁହାଯାଏ । କୁହାଯାଏ ଯେ ଯଦି ସକାଳ ଏବଂ ସଂଧ୍ୟାରେ କୁକୁରକୁ ରୁଟି ଖାଇବାକୁ ଦିଆଯାଏ ତେବେ ଆୟୁଷ ବୃଦ୍ଧି ହୋଇଥାଏ ।

କଇଁଛ: କଇଁଛକୁ ବାସ୍ତୁ ଶାସ୍ତ୍ରରେ ଖୁବ ଶୁଭ ବୋଲି କୁହାଯାଏ । ଏହାକୁ ଘରେ ରଖିବା ଦ୍ୱାରା ଧନ ବଢିଥାଏ ବୋଲି ବିଶ୍ୱାସ ରହିଛି । ଯଦି ଏହାକୁ ଘରେ ରଖିବାରେ ସମ୍ଭବ ହେଉନାହିଁ ତେବେ ଆପଣ ଏହାର ପିତ୍ତଳ ପ୍ରତିମୂର୍ତ୍ତିକୁ ଘରେ ରଖିପାରିବେ ।

ବେଙ୍ଗ: ଏହାକୁ ମଧ୍ୟ ବାସ୍ତୁ ଶାସ୍ତ୍ରରେ ଶୁଭ ବୋଲି କୁହାଯାଇଛି । ଏହାକୁ ରଖିବା ଦ୍ୱାରା ଧନ ବଢିଥାଏ । ଯଦି ବେଙ୍ଗକୁ ଘରେ ରଖିବା ସମ୍ଭବ ହେଉନାହିଁ ତେବେ ଏହାର ପିତ୍ତଳ ପ୍ରତିମୂର୍ତ୍ତି ରଖନ୍ତୁ ।

ମାଛ: ମାଛକୁ ଘରେ ରଖିବା ଦ୍ୱାରା ସୌଭାଗ୍ୟ ବଢିଥାଏ । ।ମାଛ ଖୁବ ଶୁଭ । ଏହା ଧନପ୍ରାପ୍ତିର ଶ୍ରୋତ । ଘରେ ସୁନେଲି ରଙ୍ଗର ମାଛ ରଖିଲେ ଶାନ୍ତି ଏବଂ ସମୃଦ୍ଧି ବଢିଥାଏ । ମାଛକୁ ଖାଇବାକୁ ଦେବା ଦ୍ୱାରା ଗ୍ରହ ଶାନ୍ତି ହୋଇଥାଏ ।
ଠେକୁଆ: ଏହାକୁ ଘରେ ରଖିଲେ ସୁଖ ସମୃଦ୍ଧି ବଢିଥାଏ । ଯଦି ଏହାର ଯୋଡ଼ା ରଖାଯାଏ ତେବେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More