Only for Entertainment

ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାର ଏପରି ହେବା ଜରୁରୀ

myvaastu
0 68

ବାସ୍ତୁ ଅନୁସାରେ ଘରର ମୁଖ୍ୟଦ୍ୱାରର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। କାରଣ ଏହି ବାଟ ଦେଇ ଆମ ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହି ଦ୍ୱାର ଦେଇ ଘରକୁ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି। ତେଣୁ ଘରର ସୁଖ ସମୃଦ୍ଧି ଓ ଉନ୍ନତି ପାଇଁ ମୁଖ୍ୟଦ୍ୱାର ସହ ଜଡ଼ିତ ବାସ୍ତୁ ନିୟମକୁ ପାଳନ କରିବା ଉଚିତ୍। ଯଦି ଏହାକୁ ଅଣଦେଖା କରିବେ ତେବେ ଘରର ଅନିଷ୍ଟ ହୋଇପାରେ। ତେବେ ଆସନ୍ତୁ ଜାଣିବା ଏହି ନିୟମ ଗୁଡ଼ିକ ବିଷୟରେ।

୧. ବାସ୍ତୁ ବିଜ୍ଞାନ ଅନୁଯାୟୀ ମୁଖ୍ୟଦ୍ୱାର ଖୋଲିବା ଓ ବନ୍ଦ କରିବା ସମୟରେ କୌଣସି ପ୍ରକାର ଶବ୍ଦ ହେବା ଉଚିତ ନୁହେଁ। ଏହା ଅଶୁଭ ବୋଲି ବାସ୍ତୁବିତ୍ମାନେ କହିଛନ୍ତି।
୨. ମୁଖ୍ୟ ଦ୍ୱାର ସବୁବେଳେ ଭିତର ପଟକୁ ଖୋଲିବା ଉଚିତ୍। ଏହା ବାହାର ଆଡ଼କୁ ଖୋଲିଲେ ଘରେ ରୋଗ ଓ ଖର୍ଚ୍ଚ ବଢ଼ିଥାଏ।
୩.ଘରର ମୁଖ୍ୟ ଦ୍ୱାର କେବେବି ଚଟାଣ ସହ ଘଷି ହୋଇ ଖୋଲିବା ଓ ବନ୍ଦ ହେବା ଉଚିତ୍ ନୁହେଁ। ଏପରି ହେଲେ ଘରେ ଧନ ସମ୍ପତ୍ତି ଅଭାବ ଦେଖାଦିଏ।
୪. ମୁଖ୍ୟ ଦ୍ୱାର ଉପରେ କୌଣସି ଗଛ ବା ଖୁଣ୍ଟର ଛାଇ ପଡ଼ିବା ଭଲ ନୁହେଁ। ଏହା ଦ୍ୱାରା ମଧ୍ୟ ଘରେ ଅର୍ଥ ଅଭାବ ଦେଖା ଦେଇଥାଏ।
୫. ମୁଖ୍ୟ ଦ୍ୱାରର ଆଖପାଖରେ ଡଷ୍ଟବିନ୍, ଭଙ୍ଗା ରୁଜା ଜିନିଷ ଓ ରଦ୍ଦି କାଗଜ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଘରର ଓ ପରିବାଲୋକଙ୍କର ଉନ୍ନତିରେ ବାଧା ଆସିଥାଏ। ଧନହାନିମଧ୍ୟ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More