ପଶୁପକ୍ଷୀଙ୍କ ଏଭଳି ଶବ୍ଦ ଶୁଣିବା ଦ୍ୱାରା ବିଘ୍ନ ଘଟିପାରେ
ପେଚା ରାତିରେ କୁନ୍ଥେଇ କୁନ୍ଥେଇ ବୋବାଇବା, କୁକୁର ଉପରକୁ ମୁହଁ ଟେକି କାନ୍ଦିବା, ଗାଈ ଲାଙ୍ଗୁଡ଼ ଟେକି ହମ୍ବାଳିବା ଓ ବିଲେଇମାନଙ୍କ ମଧ୍ୟରେ ସବୁବେଳେ କଳହ ଲାଗିବା ଆଦି ସଙ୍କେତ ଆମକୁ କିଛି ଅଶୁଭ ଘଟଣା ଘଟିବାକୁ ଯାଉଥିବାର ସୂଚନା ଦେଇଥାଏ। ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ଏପରି ହେଲେ ତତ୍କ୍ଷଣାତ୍ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ବିପଦ ଟଳିଯିବ।
ବାସ୍ତୁକୁ ନେଇ ଆମ ମାନଙ୍କ ମନରେ ବିଭିନ୍ନ କଥା ଉଙ୍କି ମାରିଥାଏ । ବିଭିନ୍ନ ବାରଣ ମଧ୍ୟ ଥାଏ । କେଉଁଟି କରିବା ଉଚିତ ଏବଂ ଅନୁଚିତ ମଧ୍ୟରେ ମଣିଷ ଛନ୍ଦି ହୋଇଯାଏ । ତେବେ ସେ ଯାହା ହେଉ ପଶୁ ପକ୍ଷୀ ମାନଙ୍କ ଶବ୍ଦକୁ ନେଇ ମଧ୍ୟ ଶାସ୍ତ୍ରବିତ ମାନେ କିଛି କଥା କହିଛନ୍ତି । ଆସନ୍ତୁ ଆଲୋଚନା କରିବା ।