Only for Entertainment

ନକରାତ୍ମକ ଶକ୍ତିକୁ କଏଦ କରେ କାଚ, ଜାଣନ୍ତୁ ଆଉ କ’ଣ କହେ ବାସ୍ତୁ

159

ବିଶ୍ୱାସ ରହିଛି କାଚ ଭାଙ୍ଗିଲେ କିଛି ନା କିଛି ଅଶୁଭ ହୋଇଥାଏ । କିଛି ଲୋକ ଏପରି ହେବ ବୋଲି ଆଶଙ୍କା କରିଥାନ୍ତି । କିନ୍ତୁ ଅନ୍ୟପକ୍ଷରେ କିଛି ଲୋକ ଭାବନ୍ତି ଯେ, କାଚ ଭାଙ୍ଗିଲେ ବ୍ୟକ୍ତି ଉପରେ ଥିବା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ । ଆଜି କିନ୍ତୁ ଆମେ ଆପଣଙ୍କୁ ବାସ୍ତୁ ହିସାବରେ ଏହା ସହ ଜଡିତ ଥିବା ମାନ୍ୟତା ସମ୍ପର୍କରେ କହିବାକୁ ଯାଉଛୁ । ଏପରି ମାନ୍ୟତା ପ୍ରଚଳିତ ହୋଇଥାଏ କି, କାଚରେ ଆତ୍ମାର ନକରାତ୍ମକ ଭାଗକୁ କଏଦ କରିବାର ଶକ୍ତି ରହିଥାଏ । ଯେତେବେଳେ କାଚଟି ଭାଙ୍ଗିଯାଏ ଏହି ନକରାତ୍ମକ ଶକ୍ତି ମୁକ୍ତ ହୋଇ ଆମକୁ କ୍ଷତି ପହଁଚାଇଥାଏ । ସେଥିପାଇଁ ଏହାର ଭାଙ୍ଗିବାକୁ ଅଶୁଭ ମାନନ୍ତି ।

କିଛି ଲୋକ ଏଭଳି ମଧ୍ୟ ଚିନ୍ତା କରିଥାନ୍ତି କି, ଯେତେବେଳେ କାଚରେ ନିଜକୁ ନିଜେ ଆମେ ଦେଖିଥାଉ, ଆମ ଆତ୍ମା ମଧ୍ୟ ସାଥିରେ ଦେଖା ଯାଇଥାଏ । ଏମିତିରେ ଯଦି ସେହି କାଚ ଭାଙ୍ଗିଯାଏ,ଆମ ଆତ୍ମା ମଧ୍ୟ ମରିଯାଏ ବୋଲି ବିଶ୍ୱାସ ରହିଛି । ଏହାର ନକରାତ୍ମକ ପ୍ରଭାବରୁ ବଂଚିବା ପାଇଁ ବ୍ୟକ୍ତି ତୁରନ୍ତ ନିଜ ମୁହଁକୁ ପାଣିରେ ଭର୍ତ୍ତି ଥିବା କୁଣ୍ଡରେ କିମ୍ବା ପାତ୍ରରେ ଦେଖିନେବା ଉଚିତ୍ ।

ବାସ୍ତୁ ଶାସ୍ତ୍ରରେ ଭାଙ୍ଗି ଯାଇଥିବା କାଚକୁ ଘରେ ରଖିବା ଅଶୁଭ ମାନନ୍ତି । ଏହାର କାରଣ ମଧ୍ୟ ଶକ୍ତିର ଖରାପ ପ୍ରଭାବ ପଡେ ବୋଲି ବିଶ୍ୱାସ କରାଯାଇଥାଏ । ଏହା ଠିକ ସେହିପରି, ଯେପରି ଭଙ୍ଗା ପାତ୍ରରେ ଖାଦ୍ୟ ନ ଖାଇବା କିମ୍ବା କଟା-ଫଟା ଏବଂ ଅପରିଷ୍କାର କପଡା ନ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥାଏ ।

କାଚ ସହିତ ଯୋଡି ହୋଇଥିବା ଅନ୍ଧ ବିଶ୍ୱାସର ମାନ୍ୟତା କେବଳ ଭାରତରେ ନୁହେଁ ବରଂ ଆଫ୍ରିକା, ଚୀନ ସମେତ ବିଭିନ୍ନ ଦେଶରେ ଭିନ୍ନ-ଭିନ୍ନ ରୂପରେ ପ୍ରଚଳିତ । କିଛି ଲୋକ କାଚ ଭାଙ୍ଗିବା କିମ୍ବା ସାମାନ୍ୟତମ ଫଟାର ଆସ୍ତରଣ ପରେ ମଧ୍ୟ ତାହା ବ୍ୟବହାର କରିଥାନ୍ତି । କିନ୍ତୁ ଏହିପରି କରିବା ଅନୁଚିତ । କାରଣ ମନରେ ନକରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ ଏବଂ ଘର ଉପରେ ମଧ୍ୟ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଏହିପରି ବାସ୍ତୁରେ ଗୋଲ କିମ୍ବା ଅଣ୍ଡାକୃତି କାଚକୁ ଘରେ ଲଗାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More