Only for Entertainment

ଏଭଳି କାର୍ଯ୍ୟ କଲେ ଗୃହରେ ରହନ୍ତି ନାହିଁ ମା’ଲକ୍ଷ୍ମୀ

you tube
0 18

ପ୍ରତିଦିନ ଗୃହରେ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଏହା ଦ୍ୱାରା ଧନର ବୃଦ୍ଧି ହୋଇଥାଏ। ମାତ୍ର ବେଳେବେଳେ ଦେଖାଯାଏ ଯେ ଆମ ପରିଶ୍ରମ ଅନୁଯାୟୀ ତାହାର ଆଶାନୁରୂପକ ଅର୍ଥ ପ୍ରାପ୍ତି ହୋଇନଥାଏ। ଏଥିରେ ଆମେ ବ୍ୟତିବ୍ୟସ୍ତ ହୋଇପଡୁ ଏବଂ ଭଗବାନଙ୍କୁ ଦୋଷ ଦେଇଥାଉ। ପ୍ରକୃତରେ ଏହା ପଛର କାରଣ ହେଉଛି ଆମେ ଅଜଣାତରେ ଏପରି କିଛି କାର୍ଯ୍ୟ କରୁ ଯାହା ଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ତେବେ ଆସନ୍ତୁ ଜାଣିବା ସେହି ସବୁ କାର୍ଯ୍ୟ ସମ୍ବନ୍ଧରେ…..

  • ସର୍ବଦା ଗୃହରେ ବିନା କାରଣରେ କ୍ରୋଧ କଲେ, ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି ଓ ସେହି ଗୃହରେ ଅଶାନ୍ତି ଲାଗି ରହେ।
  • ଘରକୁ ଯଦି କୌଣସି ସାଧୁ ଖାଦ୍ୟ ଖାଇବା ସମୟରେ ଆସନ୍ତି, ତାଙ୍କ ଉପରେ ବିରକ୍ତ ହେବା ଉଚିତ ନୁହେଁ।
  • ନିୟମିତ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କ ପାଖରେ ଦୀପ ଜଳାଇବା ଉଚିତ। ଏହା ଦ୍ୱାରା ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି। ସେହି ଗୃହରେ ଧନର ଅଭାବ ରହେ ନାହିଁ।
  • କୌଣସି ଶାସ୍ତ୍ରର ଅନାଦାର କରିବା ମଧ୍ୟ ଉଚିତ ନୁହେଁ, ଏହା ଦ୍ୱାରା ନିଜର ମାନସମ୍ମାନ ହାନି ହୋଇଥାଏ।
  • ସକାଳେ ଅଧିକ ସମୟ ଓ ସୂର୍ଯ୍ୟ ଅସ୍ତ ସମୟରେ ଶୋଇବା ଦ୍ୱାରା ଗୃହରେ ଧନହାନୀ ହେବା ସହ ରୋଗଗ୍ରସ୍ତ ହୋଇଥାଆନ୍ତି।
  • ସର୍ବଦା ସ୍ୱଚ୍ଛ ବସ୍ତ୍ର ପିନ୍ଧିବା ଆବଶ୍ୟକ। ଏହା ଦ୍ୱାରା ମା’ଙ୍କ କୃପା ରହିଥାଏ।
  • ଗୃହକୁ ମଧ୍ୟ ସର୍ବଦା ପରିଷ୍କାର ପରିଚ୍ଛନ ରଖିବା ଉଚିତ। ଏପରି ଘରେ ଲକ୍ଷ୍ମୀଙ୍କ ବାସ ରହିଥାଏ।
  • ଯେଉଁ ପାଉଞ୍ଜି ପିନ୍ଧୁଛନ୍ତି ସେଥିରେ ଘୁଙ୍ଗୁର ରହିବା ଆବଶ୍ୟକ। ଏହା ଦ୍ୱାରା ମା’ଳକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ଓ ଧନର ବୃଦ୍ଧି ହୋଇଥାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More