Only for Entertainment

ଧନପ୍ରାପ୍ତି ପାଇଁ ଆପଣାନ୍ତୁ ବାସ୍ତୁଶାସ୍ତ୍ରର କିଛି ଟିପ୍ସ ।

amarujala
0 41

ଧନ ଅର୍ଜନ କରିବା ଲାଗି ଲୋକେ ଅନେକ ପରିଶ୍ରମ କରିଥାନ୍ତି । ଏହା ପରେ ମଧ୍ୟ କିଛି ଲୋକଙ୍କୁ ପରିଶ୍ରମର ଫଳ ମିଳିନଥାଏ । ବାସ୍ତୁଶାସ୍ତ୍ର ଅନୁସାରେ କିଛି ଦିଗ ପ୍ରତି ଧ୍ୟାନ ଦେବା ଫଳରେ ପରିବାର ସଦସ୍ୟଙ୍କ ରୋଜଗାର ବୃଦ୍ଧି ହୋଇଥାଏ ।

ଧନପ୍ରାପ୍ତି ପାଇଁ ବାସ୍ତୁଶାସ୍ତ୍ରରେ ଲିଖିତ ଉପଦେଶ:

ରୋଜଗାର ବଢାଇବା ପାଇଁ ଘରର ଆଲମାରୀରେ ଦେବୀ ଲକ୍ଷ୍ମୀଙ୍କର ମୂର୍ତ୍ତି କିମ୍ବା ଫଟୋ ରଖି ପୂଜା କରନ୍ତୁ। ଯଦି ଏପରି କରିପାରୁ ନାହାନ୍ତି ତେବେ ରୂପାର ମୁଦ୍ରା ରଖନ୍ତୁ। ଏହାର ପ୍ରଭାବରେ ଧନପ୍ରାପ୍ତି ହୋଇଥାଏ।

ଘରର ଐଶାନ୍ୟ କୋଣ ବା ପୂର୍ବ-ଉତ୍ତର ଦିଗକୁ ଖାଲି ରଖିବା ସହ ସର୍ବଦା ସଫା ରଖନ୍ତୁ। ସେଠାରେ ପୂଜା ଘର ମଧ୍ୟ କରି ପାରିବେ।

ଘରର ମୁଖ୍ୟଦ୍ୱାରକୁ ସକାଳେ ଓ ସନ୍ଧ୍ୟା ବେଳେ ଖୋଲା ରଖନ୍ତୁ। ଘରର ଯେଉଁ ସ୍ଥାନରେ ସୂର୍ଯ୍ୟଙ୍କ କିରଣ ପଡୁଥିବ ସେହି ସ୍ଥାନକୁ ସର୍ବଦା ଖୋଲା ରଖନ୍ତୁ। ସତେଜ ପବନ ଓ କିରଣ ଘରେ ପଡିବା ଦ୍ୱାରା ଦ୍ୱାରା କୁପ୍ରଭାବ ନଷ୍ଟ ହୋଇଯାଇଥାଏ।

ସନ୍ଧ୍ୟା ସମୟରେ ଘରର ମୁଖ୍ୟଦ୍ୱାରର ଉଭୟ ପାଶ୍ୱର୍ରେ ଦୀପ ଜଳାନ୍ତୁ। ପୂଜା ଘରେ ଓ ଯେଉଁଠି ପାଣି ରଖାଯାଉଛି ସେଠାରେ ମଧ୍ୟ ଦୀପ ଜଳାନ୍ତୁ।

ଯଦି ସମ୍ଭବ ତେବେ ସକାଳୁ ଗାଧୋଇ ଘରର ମୁଖ୍ୟଦ୍ୱାରରେ ପ୍ରତିଦିନ ଫୁଲ ହାର ଲଗାନ୍ତୁ। ପ୍ରତିଦିନ ସମ୍ଭବ ନ ହେଲେ ସପ୍ତାହକୁ ଥରେ ଫୁଲ ହାର ବଦଳାଇ ନୂଆ ଲଗାନ୍ତୁ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More