Only for Entertainment

ଘରର ବାଲକୋନୀ ପାଇଁ ପାଞ୍ଚୋଟି ବାସ୍ତୁ ଟିପ୍ସ

YouTube
0 41

ଘର ନିର୍ମାଣ ସମୟରେ ସମସ୍ତେ ବାସ୍ତୁକୁ ଗୁରୁତ୍ୱ ଦେଇଥାନ୍ତି। ଶୋଇବା ଘର କେଉଁ ଦିଗରେ ରହିବ, ମୁଖ୍ୟ ଦ୍ୱାର କେଉଁ ଦିଗରେ ରହିବ- ଏସବୁ ସାଧାରଣତଃ ବାସ୍ତୁ ଅନୁଯାୟୀ ନିର୍ଦ୍ଧାରିତ ହୋଇଥାଏ। ଘରର ବାଲ୍‌କୋନୀର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଆସନ୍ତୁ ଜାଣିବା ଘରର ବାଲ୍‌କୋନୀ ନିର୍ମାଣ ସମୟରେ ବାସ୍ତୁ ଅନୁଯାୟୀ କେଉଁ କଥା ଗୁଡ଼ିକ ଉପରେ ଧ୍ୟାନ ଦେବେ।

  • ଘରର ବାଲ୍‌କୋନୀ ଉତ୍ତର-ପୂର୍ବ ଦିଗରେ ନିର୍ମାଣ କରିବା ଉଚିତ। ଘରର ପଶ୍ଚିମ-ଦକ୍ଷିଣ ଦିଗରେ ବାଲ୍‌କୋନୀ ନିର୍ମାଣ କରନ୍ତୁ ନାହିଁ।
  • ବାଲ୍‌କୋନୀରେ ଦୋଳି କିମ୍ୱା ଝୁଲା ରଖୁଥିଲେ, ଧ୍ୟାନ ଦିଅନ୍ତୁ ଏଥିରେ ବସୁଥିବା ବ୍ୟକ୍ତିଙ୍କ ମୁହଁ ଉତ୍ତର ଓ ଦକ୍ଷିଣ ଦିଗକୁ ରହୁଥିବ।
  • ବାସ୍ତୁଶାସ୍ତ୍ର ଅନୁସାରେ ବାଲ୍‌କୋନୀରେ ଛୋଟ ଗଛ ଲଗାଇବା ଶୁଭ।
  • ବାଲ୍‌କୋନୀରେ ଫର୍ଣ୍ଣିଚର ରଖୁଥିଲେ ଦକ୍ଷିଣ-ପଶ୍ଚିମ ଆଡକୁ ମୁହଁ କରି ରଖନ୍ତୁ। ପୂର୍ବ-ଉତ୍ତର ଦିଗ ଆଡକୁ ମୁହଁ କରି ରଖନ୍ତୁ ନାହିଁ।
  • ବାଲକୋନୀର ଛାତ ଘରର ଛାତ ଠାରୁ ଉଚ୍ଚ ହେବା ଉଚିତ ନୁହେଁ। ସେହିପରି ଘରର ଛାତ ସହିତ ମିଶାଇ ବାଲ୍‌କୋନୀର ଛାତ କରନ୍ତୁ ନାହିଁ। ଘରର ଛାତଠାରୁ ଟିକେ ତଳେ ବାଲୋକନୀର ଛାତ ରହିଲେ ଭଲ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More