Only for Entertainment

ମା’ ଲକ୍ଷ୍ମୀଙ୍କ କୃପା ପାଇଁ ଆପଣାନ୍ତୁ ଏହି ଉପାୟ ।

BhagwanBhajan
0 42

ହିନ୍ଦୁ ପରମ୍ପରାରେ ମା’ ଲକ୍ଷ୍ମୀଙ୍କ ସ୍ୱତନ୍ତ୍ର ସ୍ଥାନ ରହିଛି । ଗୁରୁଜନଙ୍କ ମତରେ ଘରେ ସ୍ତ୍ରୀଲୋକଙ୍କ ଉତ୍ତମ ଚଳଣି ଓ ପରିଷ୍କାର ପରିଚ୍ଛନ୍ନତାରେ ହିଁ ଲକ୍ଷ୍ମୀ ମା’ କୃପା କରିଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ଏଭଳି ଅନେକ ଉପାୟ ରହିଛି ଯାହା ଫଳରେ ଘରେ ଧନଧାନ୍ୟ ବୃଦ୍ଧି ହୋଇଥାଏ ।

  • ଘରର ଦୁଆର ମୁହଁ ପାଖରେ କାଚର ସୁନ୍ଦର ପାତ୍ରରେ ପାଣି ଭର୍ତ୍ତି କରି ଫୁଲ ପାଖୁଡା ରଖନ୍ତୁ । ଏହାର ବାସ୍ନାରେ ଚତୁର୍ଦିଗ ମହକିବା ସହ ନକାରାତ୍ମକ ଶକ୍ତି ହ୍ରାସ ପାଇଥାଏ ।
  • ମୁଖ୍ୟ ଦୁଆର ମୁମ୍ମୁଖରେ ମା’ ଲକ୍ଷ୍ମୀ କିମ୍ବା କୁବେରଙ୍କ ଫଟୋ ଲଗାଇବା ମଧ୍ୟ ଲାଭଦାୟକ ହୋଇଥାଏ । ଧ୍ୟାନ ରଖନ୍ତୁ ନିୟମିତ ଭାବେ ଏହାର ପୂଜାର୍ଚ୍ଚନା କରିବା ଜରୁରୀ ।
  • ଘର ଦ୍ୱାରରେ ଓ ଠାକୁର ଘରେ ମା’ ଲକ୍ଷ୍ମୀଙ୍କ ପାଦ ଚିହ୍ନ ଷ୍ଟିକର ଲଗାଇବା ମଧ୍ୟ ଉତ୍ତମ ।
  • ଏହା ସହିତ ଦ୍ୱାର ନିକଟରେ ତୁଳସୀ ଗଛ ରଖି ନିୟମିତ ପାଣି ଦେଲେ ଧନଧାନ୍ୟ ବଢିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More