Only for Entertainment

ଘରର କେଉଁ ଦିଗରେ କେଉଁ ଗଛ ଲଗାଇବା ଉଚିତ, ଜାଣନ୍ତୁ

marrano
0 58

ଘର ପରିବେଶରେ ଗଛ ଲଗାଇବା ଦ୍ବାରା ଘରର ବାତାବରଣ ଉତ୍ତମ ହୋଇଥାଏ। ଗଛ ଲାଗଇବା ବେଳେ ଦିଗ ପ୍ରତି ଧ୍ୟାନ ଦେବା ଭୁଲନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ରରେ କେଉଁ ଦିଗରେ କେଇଁ ଗଛ ଲଗାଇବା ଉଚିତ ତାହା ବର୍ଣ୍ଣନା କରାଯାଇଛି । ତେବେ ଆସନ୍ତୁ ଜାଣିବା ବାଡିରେ ବା ଅଗାଣରେ କେଉଁ ଗଛ ଲଗାଇବା ଶୁଭ ଅଟେ ।

Tulsi Leaves

ଘରେ ତୁଳସୀ ଗଛ ଲଗାଇବା ଅତ୍ୟନ୍ତ ଶୁଭ ଅଟେ । ଏହାକୁ ଘରେ ଉତ୍ତର କିମ୍ବା ଉତ୍ତର ପୂର୍ବ କିମ୍ବା ପୂର୍ବ ଦିଗରେ ଲଗାଇବା ଅତ୍ୟନ୍ତ ଶୁଭ ଅଟେ । ଏହି ଦିଗରେ ତୁଳସୀ ଗଛ ଲଗାଇବା ଦ୍ବାରା ଘରେ ଶୁଭ ଶକ୍ତି ପ୍ରଭାବ ରହିଥାଏ ।

Bamboo

ଏହା ସହ ଘରେ ବାଉଁଶ ଗଛ ଲଗାଇବା ଦ୍ବାରା ସମୃଦ୍ଧି ଓ ଶୁଭ ଫଳ ମିଳିଥାଏ । ଏହାକୁ ଲଗାଇବା ଦ୍ବାରା ଅଶୁଭ ଶକ୍ତି ଦୂର ହୋଇଥାଏ । ଏଥିପାଇଁ ଛୋଟ ବାଉଁଶ ଗଛ ଘରେ ଲଗାଇ ପାରିବେ ।

money plant

ସେହିପରି ଅନ୍ୟ ଏକ ଶୁଭ ଗଛ ହେଲା ମନି ପ୍ଲାଣ୍ଟ । ଏହି ଗଛକୁ ଆପଣ ପୂର୍ବ କିମ୍ବା ଉତ୍ତରଦିଗରେ ଲଗାଇବା ଉଚିତ୍ । ଏହାକୁ ଲଗାଇବା ଦ୍ବାରା ଧନ ସମ୍ପତି ସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ ।

banana-tree6

କଦଳୀ ଗଛକୁ ଘରର ଉତ୍ତର ବା ପୂର୍ବ ଦିଗରେ ଲଗାଇବା ଶୁଭ ଅଟେ । ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ମା ଲକ୍ଷୀଙ୍କୁ ପୂଜା କରିବା ସହ କଦଳୀ ଗଛକୁ ପୂଜା କରିବା ଦ୍ବାରା ସବୁ ସମସ୍ୟାର ସମାଧାନ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More