Only for Entertainment

ମନିପ୍ଲାଣ୍ଟ ଲଗାଇବା ବେଳେ ଧ୍ୟାନ ରଖନ୍ତୁ ଏହି ସବୁ କଥା

YouTube
32

ମନିପ୍ଲାଣ୍ଟ ଗଛକୁ ସଠିକ ଦିଗରେ ରଖିବା ଦ୍ବାରା ଧନ ବୃଦ୍ଧି ହୋଇଥାଏ। ଭୁଲ ଦିଗରେ ରଖିବା ଦ୍ୱାରା ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ବାସ୍ତୁ ଅନୁସାରେ, ପ୍ରତ୍ୟେକ ଗଛକୁ ସଠିକ ଦିଗରେ ରଖିବା ଉଚିତ। ଏହାଦ୍ୱାରା ଘରେ ସର୍ବଦା ସକାରାତ୍ମକ ପରିବେଶ ରହିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ମନିପ୍ଲାଣ୍ଟ ଗଛକୁ ସର୍ବଦା ଆଗ୍ନେୟ କୋଣ ଅର୍ଥାତ ଦକ୍ଷିଣ-ପୂର୍ବ ଦିଗରେ ଲଗାଇବା ଉଚିତ। ଏହି ଦିଗରେ ଗଛ ଲଗାଇବା ଦ୍ବାରା ଲାଭ ମିଳିଥାଏ।

ମନିପ୍ଲାଣ୍ଟ ଗଛକୁ ଆଗ୍ନେୟ କୋଣରେ ଲଗାଇବାର କାରଣ ରହିଛି। ଏହାର କାରଣ ଯେ, ଏହି ଦିଗର ଦେବତା ପ୍ରଭୁ ଗଣେଶ ଅଟନ୍ତି। ଏହି ଦିଗର ପ୍ରତିନିଧିତ୍ୱ ଶୁକ୍ର କରିଥାଆନ୍ତି। ପ୍ରଭୁ ଗଣେଶ ବିଘ୍ନହର୍ତ୍ତା ଓ ଶୁକ୍ର ସୁଖ ସମୃଦ୍ଧିର କାରକ ଅଟନ୍ତି।

Money_Plant_(Epipremnum_aureum_'Gold')

ମନିପ୍ଲାଣ୍ଟ ଗଛକୁ କେବେ ବି ଐଶାନ୍ୟ କୋଣ ଅର୍ଥାତ ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ ନୁହେଁ। ଏହି ଦିଗରେ ଗଛ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ଐଶାନ୍ୟ କୋଣକୁ ବୃହସ୍ପତିଙ୍କ ଦିଗ କୁହାଯାଇଛି। ବୃହସ୍ପତି ଓ ଶୁକ୍ର ପରସ୍ପରର ଶତ୍ରୁ ଅଟନ୍ତି। ମନିପ୍ଲାଣ୍ଟ ଗଛକୁ ଐଶାନ୍ୟ କୋଣରେ ଲଗାଇବା କ୍ଷତିକାରକ ଅଟେ। ଏହି ଦିଗରେ ତୁଳସୀ ଗଛ ଲଗାଇବା ଲାଭଦାୟକ ଅଟେ।

ମନିପ୍ଲାଣ୍ଟ ଗଛକୁ କେବେ ବି ଝଡିବାକୁ କିମ୍ବା ଶୁଖିବାକୁ ଦେବା ଉଚିତ ନୁହେଁ। ଏହାର ପତ୍ର ହଳଦିଆ ହୋଇଗଲେ ତାଙ୍କୁ ସଙ୍ଗେ ସଙ୍ଗେ ବାଛି କାଢି ଦିଅନ୍ତୁ। ଶୁଖିଲା ପତ୍ରରୁ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More