Only for Entertainment

ପୂଜା କକ୍ଷ ଲାଗି ବାସ୍ତୁ ଟିପ୍ସ ।

wordzz.com
0 50

ଘର ହେଉ କିମ୍ବା କାର୍ଯ୍ୟାଳୟରେ ପୂଜା ଘର ଏକ ପବିତ୍ର ସ୍ଥାନ ଅଟେ । ଏହା ଧ୍ୟାନ ଏବଂ ଶାନ୍ତିର ସ୍ଥାନ ଅଟେ । ବାସ କରୁଥିବା କୌଣସି ସ୍ଥାନରେ ପୂଜା ଘରକୁ ଶୁଭ ମନା ଯାଇଥାଏ କିନ୍ତୁ ଏହା ବାସ୍ତୁ ଅନୁସାରେ ହୋଇଥିଲେ ଆହୁରି ଶୁଭ ହୋଇଥାଏ । ଏହାଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାଆନ୍ତି । ପୂଜା କକ୍ଷରେ ବାସ୍ତୁ ଟିପ୍ସକୁ ପାଳନ କରିବା ଦ୍ୱାରା ବାତାବରଣରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଆଦର୍ଶ ରୂପେ ପୂଜା ଘର ନିର୍ମାଣ ଉତ୍ତର ପୂର୍ବ କୋଣ କିମ୍ବା ଐଷାନ୍ୟ କୋଣ ସବୁଠାରୁ ଉତ୍ତମ ଅଟେ । ବାସ୍ତୁ ପୁରୁଷ ଯେବେ ଧରିତ୍ରୀ ଉପରେ ଶୋଇ ପଡିଥିଲେ ତାଙ୍କ ମୁଣ୍ଡ ଉତ୍ତର ପୂର୍ବ ଦିଗରେ ରହିଥିଲା ବୋଲି ଶୁଣିବାକୁ ମିଳିଥିଲା । ଏହି ଦିଗରେ ସକାଳର ସୂର୍ଯ୍ୟଙ୍କ କିରଣ ବାତାବରଣକୁ ଶୁଦ୍ଧ କରିଥାଏ । ତେଣୁ ପୂଜା କକ୍ଷ ପାଇଁ ବାସ୍ତୁରେ ଅନେକ ଉପାୟ ରହିଛି ଯାହାକି ଆମେ ଏଠାରେ ଆପଣଙ୍କୁ ବତାଇବୁ ।

– ବାସ୍ତୁ ଅନୁସାରେ ମୁଖ୍ୟ ଦ୍ୱାର ସାମନାରେ ପୂଜା କକ୍ଷ ହେବା ଉଚିତ ନୁହେଁ କାରଣ ଏହାଦ୍ୱାରା ପୂଜାରୁ ଉତ୍ପନ୍ନ ସକାରାତ୍ମକ ଶକ୍ତି କମି ଯାଇଥାଏ ।

– ପୂଜା ଘର ଅନ୍ଧାର ହେବା ଉଚିତ ନୁହେଁ । ଆପଣଙ୍କ ଘରେ ପୂଜା ଘର ଭଗବାନଙ୍କ ବାସସ୍ଥାନ ଅଟେ । ପୂଜା ଘର ଅନ୍ଧାର ହେବାଦ୍ୱାରା ଅନେକ ସମସ୍ୟା ଉପୁଜି ଥାଏ । ତେଣୁ ଦ୍ୱୀପ ନିହାତି ଲଗାଇବା ଜରୁରୀ ।

– ପୂଜାଗୃହ ଶୋଇବା ଘର ମଧ୍ୟରେ କରନ୍ତୁ ନାହିଁ । କାରଣ ଶୟନ କକ୍ଷ ଆରାମ ଲାଗି ହୋଇଥାଏ ।

– ପୂଜା ଘରେ ଶୌଚାଳୟ ରଖନ୍ତୁ ନାହିଁ ଏହାଫଳରେ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More