Only for Entertainment

କାର୍ଯ୍ୟରେ ସଫଳତା ପାଇବା ପାଇଁ ଆପଣାନ୍ତୁ ବାସ୍ତୁଶାସ୍ତ୍ରର କିଛି ଉପାୟ ।

GrabOn Blog
0 45

ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ପରିଶ୍ରମ କରିବା ଜରୁରୀ। ତେବେ ଅନେକଙ୍କୁ ନିଜ ପରିଶ୍ରମ ଅନୁଯାୟୀ ଫଳ ମିଳି ପାରି ନଥାଏ। ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଥିଲେ ବାସ୍ତୁଶାସ୍ତ୍ରରେ ଏହାର ନିରାକରଣ ବିଧି ରହିଛି। ବିଶ୍ୱାସ କରାଯାଏ ଘର ସହ ଜଡିତ କିଛି ନିୟମ ପାଳନ କରିବା ଦ୍ୱାରା ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ।

  • ଭଗବାନ ଗଣେଶ ବୁଦ୍ଧି ଓ ସମୃଦ୍ଧିର ଦେବତା। ଘରେ ବା ଅଫିସ୍‌ରେ ଅଷ୍ଟବିନାୟକ ମୂର୍ତ୍ତି ରଖିବା ଶୁଭ। ଏହି ମୂର୍ତ୍ତି ଘରେ ବା ଅଫିସ୍‌ରେ ରଖିବା ଦ୍ୱାରା ସଫଳତାରେ ବାଧା ସୃଷ୍ଟି କରୁଥିବା ସମସ୍ତ କାରଣ ଶେଷ ହୋଇଥାଏ। ସୁଖଶାନ୍ତି ବୃଦ୍ଧି ପାଇଥାଏ। ଅଷ୍ଟ ବିନାୟକ ମୂର୍ତ୍ତିକୁ ଦକ୍ଷିଣ-ପୂର୍ବ ଦିଗ ଆଡକୁ ମୁହଁ କରି ରଖନ୍ତୁ।
  • ହିନ୍ଦୁ ଧର୍ମ ଅନୁସାରେ ଅଗ୍ନିକୁ ଦେବତା ରୂପେ ବିଶ୍ୱାସ କରାଯାଏ। ତେଣୁ ଦୀପ, ମହମବତୀ, ଦିଆସିଲି କାଠିକୁ ଫୁଙ୍କିକରି ଲିଭାନ୍ତୁ ନାହିଁ। ଏପରି କରିବା ଦ୍ୱାରା ଦୁର୍ଭାଗ୍ୟ ପିଛା ଛାଡିନଥାଏ।
  • ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଂବୁଦ୍ଧ ମୂର୍ତ୍ତିକୁ ଧନ-ସଂପତ୍ତିର ଦେବତା ବୋଲି ବିଶ୍ୱାସ କରାଯାଏ। ଏହି ମୂର୍ତ୍ତିକୁ ଘରେ ରଖିବା ଦ୍ୱାରା ସୁଖ, ସମୃଦ୍ଧି ବୃଦ୍ଧି ହୁଏ। ଏହି ମୂର୍ତ୍ତିକୁ ଡାଇନିଂ ରୁମ୍‌ର ଠିକ୍‌ ସାମନାରେ ରଖିଦିଅନ୍ତୁ। ଘରକୁ ଅତିଥି ଆସିଲେ ଯେପରି ମୂର୍ତ୍ତିର ମୁହଁ ଦେଖାଯିବ।
  • ଘରେ ଆକ୍ୱାରିୟମ୍‌ ରଖିବା ଶୁଭ। କାର୍ଯ୍ୟରେ ବାରମ୍ୱାର ଅସଫଳତା ମିଳୁଥିଲେ ଘରେ ମାଛକୁ ରଖି ଖାଇବାକୁ ଦେବା ଶୁଭ। କୁହାଯାଏ ଘର ଉପରେ ବିପତ୍ତି ଆସିଲେ ଏମାନଙ୍କ ଉପରକୁ ବିପତ୍ତି ଆଗ ଚାଲିଯାଏ। ଘରର ମୁଖ୍ୟଦ୍ୱାରର ଡାହଣ ଭାଗରେ ଆକ୍ୱାରିୟମ୍‌ ନରଖି ଘରର ଉତ୍ତର,ଦକ୍ଷିଣ-ପୂର୍ବ,ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More