Only for Entertainment

ଏହି କାର୍ଯ୍ୟ କରିବା ପୂର୍ବରୁ କରନ୍ତୁ ସଠିକ୍ ଦିଗର ଚୟନ, ମିଳିବ ଶୁଭଫଳ

Maya International
0 189

ବାସ୍ତୁ ଅନୁସାରେ ବ୍ୟକ୍ତିର ପ୍ରତ୍ୟେକ ପ୍ରତିକ୍ରିୟା ଉପରେ ଦିଗର ଅନେକ ପ୍ରଭାବ ରହିଥାଏ । ପ୍ରତ୍ୟେକ ଦିଗର ସଂବନ୍ଧ ଅନେକ ଶକ୍ତି ସହିତ ହୋଇଥାଏ । ଏବଂ ଏହି ଶକ୍ତି ଗୁଡିକ ଏତେ ପ୍ରଭାବଶାଳୀ ଯେ ଏହା ବ୍ୟକ୍ତିର ସଫଳତା ଏବଂ ବିଫଳତା ଉପରେ ନିଜର ଗଭୀର ପ୍ରଭାବ ପକାଇଥାଏ । ଏହି କାରଣରୁ ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ସଠିକ ଦିଗର ଚୟନ କରିବା ପାଇଁ କୁହାଯାଇଛି । ଯଦି ଆପଣ ଜୀବନରେ ସଫଳତା ପାଇବା ପାଇଁ ଚାହୁଁଛନ୍ତି ତେବେ କିଛି ନିୟକୁ ପାଳନ କରିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ କରିବା ପାଇଁ କେଉଁ ଦିଗ ଶୁଭ ଅଟେ ।

  • ଦେକାନ କିମ୍ବା ଅଫିସରେ କାମ କରିବା ସମୟରେ ଏହାର ମାଲିକ ଉତ୍ତର ଦିଗକୁ ମୁହଁ ରହିବା ଉଚିତ ଏହା ଦ୍ୱାରା କାମରେ ସଫଳତା ମିଳିଥାଏ ।
  • ଘରର ଟିଭି ଏପରି ଦିଗରେ ଲଗାନ୍ତୁ ଯେପରି ଘରର ସଦସ୍ୟଙ୍କ ଚେହେରା ଦକ୍ଷିଣ କିମ୍ବା ଉତ୍ତର-ଦକ୍ଷିଣ ଦିଗକୁ ରହିବ ।
  • ଖାଇବା ସମୟରେ ପୂର୍ବ କିମ୍ବା ଉତ୍ତର ଦିଗ ଆଡକୁ ମୁହଁ କରି ଖାଇବା ଉଚିତ । ଏହାଦ୍ୱାରା ଭୋଜନରୁ ମିଳୁଥିବା ସମସ୍ତ ଶକ୍ତି ଶରୀରକୁ ମିଳିଥାଏ ।
  • ଘରେ ପିଲାମାନେ ପଢିବା ସମୟରେ ସେମାନଙ୍କ ମୁହଁ ପୂର୍ବ ଦିଗକୁ ରହିବା ଶୁଭ ହୋଇଥାଏ ଏହା ଫଳରେ ପିଲାଙ୍କ ମନ ପାଠ ପଢାରେ ଲାଗିଥାଏ ।
  • କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯାଉଥିଲେ ଉତ୍ତର ଦିଗକୁ ମୁହଁ କରି ଆରମ୍ଭ କରନ୍ତୁ । କାରଣ ଉତ୍ତର ଦିଗକୁ ସଫଳତାର ଦିଗ କୁହାଯାଇଥାଏ ।
  • ରୋଷେଇ କରିବା ସମୟରେ ପୂର୍ବ କିମ୍ବା ଉତ୍ତର ପୂର୍ବ ଦିଗକୁ ମୁହଁ କରି ରୋଷେଇ କରନ୍ତୁ ।
  • ଶୋଇବା ସମୟରେ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶେଇବା ଉଚିତ । ଏହା ବ୍ୟତୀତ ଅନ୍ୟ କୌଣସି ଦିଗକୁ ମୁଣ୍ଡ କରି ଶୋଇବା ଅଶୁଭ ହୋଇଥାଏ ।
  • ଘରର ମୁଖ୍ୟ ଦ୍ୱାର ଉତ୍ତର କିମ୍ବା ଦକ୍ଷିଣ ଦିଗରେ କରନ୍ତୁ ନାହିଁ । ଯଦି ଘରର ଦ୍ୱାର ଏହି ଦିଗରେ ଅଛି ତେବେ ଦ୍ୱାରରେ ସର୍ବଦା ପରଦା ପକାଇ ରଖନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More