Only for Entertainment

ହାତରେ କର୍ପୂର ରଖି ଏହି ମନ୍ତ୍ର କରନ୍ତୁ ଜାପ, ମିିଳିବ ରୋଗ ବ୍ୟାଧିରୁ ଉପଶମ ।

jammulinksnews
0 96

ଅନେକ ସମୟରେ ଏପରି ହୋିଥାଏ ଯେତେ ଚିକିତ୍ସା କଲେ ମଧ୍ୟ ରୋଗରୁ ମୁକ୍ତ ମିଳିନଥାଏ, ମାତ୍ର କୌଣସି ଏକ ଛୋଟ ଝଡା ଫୁଙ୍କା କରିବା ପରେ ରୋଗରୁ ତୁରନ୍ତ ମୁକ୍ତି ମିଳିଥାଏ । ଏହିଭଳିି ଘରେ ଥିବା ବାସ୍ତୁ ଦୋଷକୁ ଦୂର କରିବା ପାଇଁ କିଛି ଝଡା ଫୁଙ୍କା ରହିଛି ଯାହାର ପ୍ରୟୋଗରେ କଷ୍ଟ ନିବାରଣ ହେବା ସହ ସୁଖ-ସମୃଦ୍ଧି ବୃଦ୍ଧି ହେବା ସହ ଶାନ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ । ପ୍ରଫେସର ତୃପ୍ତି ନାରାୟଣ ଝା ଶାସ୍ତ୍ରୀଙ୍କ ଦ୍ୱାରା ରଚିତ ‘ଟୋଟକା ବିଜ୍ଞାନ’ କୁ ଆଧାର କରି କିଛି ମହତ୍ତ୍ୱପୂର୍ଣ୍ଣ ଏବଂ କଲ୍ୟାଣକାରୀ ଚମତ୍କାର ପ୍ରସ୍ତୁତ କରାଯାଇଛି ।

  • ଘରର ମୁଖ୍ୟ ଦ୍ୱାରରେ ତୁଳସୀ କିମ୍ବା କଦଳୀ ଗଛ ଲଗାଇବା ଦ୍ୱାରା ଶୀଘ୍ର ଉନ୍ନତି ହୋଇଥାଏ । ମୁଖ୍ୟଦ୍ୱାରର ଡାହାଣ ପାଶ୍ୱର୍ରେ ଏହି ବୃକ୍ଷ ଲଗାଇବା ଉଚିତ ।
  • ଘରର ମୁଖ୍ୟଦ୍ୱାରରେ ନାଲି ରଂଗର ଫିତା ବାନ୍ଧିବା ଦ୍ୱାରା ଗୃହରେ ସୁଖ- ସମୃଦ୍ଧି ଏବଂ ଧନ ବୃଦ୍ଧି ହୋଇଥାଏ ।
    ଡାହାଣ ହାତରେ କର୍ପୂର ରଖି ଓଁ ନମଃ ଶିବାୟ ୧୦୮ଥର ଜପ କରି କର୍ପୂରକୁ ପାଣିରେ ପକାଇ ପାନ କରିବା ଦ୍ୱାରା ଭୟାନକ ରୋଗ ବ୍ୟାଧିରୁ ମୁକ୍ତି ମିଳିଥାଏ । ମନ୍ତ୍ର ଜପ କରୁଥବା ସମୟରେ ସମ୍ପୂର୍ଣ୍ଣ ଦୃଷ୍ଟି କର୍ପୂର ଉପରେ ରହିବା ଆବଶ୍ୟକ ।
  • ଅଂଟା କିମ୍ବା ହାଡରେ ଯନ୍ତ୍ରଣାରୁ ମୁକ୍ତି ଲାଗି ଲେଖା ଯାଇଥିବା ଚକ ଖଣ୍ଡ ଖଟ କିମ୍ବା ବିଛଣାର ମୁଣ୍ଡ ରଖିବା ସ୍ଥାନରେ ତଳେ ରଖି ଦିଅନ୍ତୁ । ଏହାଦ୍ୱାରା ଶୋଇବା ସମୟରେ ଛାତିରେ ହେୁଥିବା ଯନ୍ତ୍ରଣାରୁ ଉପଶମ ମିଳିବ ।
  • ଯଦି କୌଣସି ଶିଶୁ ରାତିରେ ଶୋଇବା ସମୟରେ ଚମକୁଛି ତେବେ ଶିଶୁ ଧଳା ଚାଦରରେ ଶୁଆନ୍ତୁ । ଯଦି ଏଭଳି ଚମକି ଶିଶୁ ରାତି ଅଧରେ ବିଛଣାରୁ ଉଠି ଯାଉଛି ତେବେ ଶିଶୁ ତୁଳସୀ ମାଳା ପିନ୍ଧାନ୍ତୁ ।
  • ଯଦି ଆପଣଙ୍କ ଶିଶୁ ଅଧିକ ଦୁଷ୍ଟ ହେଉଛି ତେବେ ତାଙ୍କୁ ନୀଳ ରଂଗର ପୋଷାକ ପିନ୍ଧାନ୍ତୁ ନାହିଁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More