Only for Entertainment

ରାତିରେ ଶୋଇବା ପୂର୍ବରୁ ଏହି ବିଷୟ ପ୍ରତି ଦିଅନ୍ତୁ ଧ୍ୟାନ, ଡରରୁ ମିଳିବ ମୁକ୍ତି

Huffington Post
0 63

ରାତିରେ ଶୋଇବା ସମୟରେ ଅନେକ ସମୟରେ ଆମେ ସ୍ୱପ୍ନରେ ଏପରି କିଛି ଦେଖିଥାଉ ଯାହା ଫଳରେ ଆମ ନିଦ ଭାଙ୍ଗିଯାଏ ଏବଂ ଆମେ ଡରି ଉଠି ଯାଇଥାଉ । ଏହି କାରଣରୁ ଜଣେ ରାତି ସାରା ଶୋଇପାରେ ନାହିଁ । ଅନେକ ଲୋକଙ୍କୁ ପ୍ରତ୍ୟେକ ଦିନ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । କିଛି ଲୋକ ଏହି ବିଷୟରେ କାହାକୁ କିଛି କହିପାରନ୍ତି ନାହିଁ । ତାଙ୍କୁ ସଂକୋଚ ଲାଗିଥାଏ । ତେବେ ଏହାର ସମାଧାନ ବାସ୍ତୁ ଶାସ୍ତ୍ରରେ ରହିଛି । ତେବେ ଶୋଇବା ପୂର୍ବରୁ କିଛି ସରଳ ଉପାୟ କରିବା ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇଥାଏ ।

ଉପାୟ-

  • ଯଦି ରାତିରେ ଶୋଇବା ସମୟରେ ଆପଣଙ୍କୁ ଡର ଲାଗୁଥାଏ ଏବଂ ଏହି କାରଣରୁ ଆପଣଙ୍କୁ ନିଦ ହୁଏନାହିଁ ତେବେ ୫-୬ ଗୁଜୁରାତିକୁ ଏକ କପଡାରେ ବିାନ୍ଧି ତକିଆ ତଳେ କିମ୍ବା ତକିଆ ପାଖରେ ରଖିଦିଅନ୍ତୁ ।
  • ରାତିରେ୍ ଶୋଇବା ସମୟରେ ଡରରୁ ମୁକ୍ତି ପାଇବା ପାଇଁ ଶୋଇବା ପୂର୍ବରୁ ତମ୍ବା ପାତ୍ରରେ ବିଛଣା ନିକଟରେ ପାଣି ରଖନ୍ତୁ ଏବଂ ଉଠିବା ପରେ ଏହି ପାଣିକୁ ଗଛରେ ଦିଅନ୍ତୁ ।
  • ଯଦି ପିଲାମାନେ ଶୋଇବା ସମୟରେ ଡରି ଭୟଭୀତ ହୋଇଯାଆନ୍ତି ତେବେ ଶୋଇବା ପୂର୍ବରୁ ସେମାନଙ୍କ ତକିଆ ତଳେ ଏକ ଛୋଟ ଛୁରୀ ରଖିଦଅନ୍ତୁ । ଯଦି ଛୁରୀ ରଖିବା ପାଇଁ ଠିକ ନଲାଗେ ତେବେ ଯକୌଣସି ଲୁହା ଜିନିଷ ଆପଣ ରଖିପାରିବେ । ଏହାଦ୍ୱାରା ଡର ଲାଗିନଥାଏ ।
  • ଶୋଇବା ପୂର୍ବରୁ ଏକ କପଡାରେ ହଳଦିଆ ଚାଉଳ ବାନ୍ଧି ରଖିବା ଫଳରେ ରାତିରେ ଶୋଇବା ସମୟରେ ଡର ଲାଗିନଥାଏ ।
    ଏବା ବ୍ୟତୀତ ଯଦି ଶୋଇବା ପୂର୍ବରୁ ଖଟ ତଳ ସଫା ରଖାଯାଏ ତେବେ କୌଣସି ପ୍ରକାର ଡର ଲାଗିନଥାଏ ।
  • କିଛି ଝିଅମାନଙ୍କୁ କେଶ ଖୋଲା କରି ଶୋଇବାର ଅଭ୍ୟାସ ଥାଏ । ବାସ୍ତୁଶାସ୍ତ ଅନୁସାରେ ଏହା ଭଲ ନୁହେଁ । ତେଣୁ ମହିଳାମାନେ କେଶ ବାନ୍ଧି ଶୋଇବା ଉଚିତ ।
  • ବିଛଣା ନିକଟରେ ଜୋତା ଚପଲ ରଖିବା ଫଳରେ ଶୋଇବା ସମୟରେ ଡର ଲାଗିଥାଏ । ତେଣୁ ଏପରି କରିବା ଉଚିତ ନୁହେଁ ।
  • ଶୋଇବା ପୂର୍ବରୁ ଧ୍ୟାନ ରଖନ୍ତୁ ଯେପରି ଚାଦର ଗାଢ ରଙ୍ଗର ହୋଇନଥିବା ବା ଫଟା ହୋଇନଥିବ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More