Only for Entertainment

ଅଭିନେତ୍ରୀଙ୍କ ସହିତ ବଳାତ୍କାରକୁ ନେଇ ‘ବୀରା’ର କୋ ପ୍ରଡ୍ୟୁସରଙ୍କୁ ୭ ବର୍ଷ ଜେଲ ।

aajtak
0 46

ଟିଭି ଶୋ ‘ଏକବୀର କୀ ଅରଦାସ ବୀରା’ର ଏକଜିକ୍ୟୁଟିଭ ପ୍ରଡ୍ୟୁସର ମୁକେଶ ମିଶ୍ରାଙ୍କୁ ଏହି ଶୋ’ର ଜଣେ ୩୧ ବର୍ଷୀୟ ଅଭିନେତ୍ରୀଙ୍କୁ ବଳାତ୍କାର କରିବା କ୍ଷେତ୍ରରେ ଦୋଷୀ ବୋଲି ସାବ୍ୟସ୍ତ କରାଯାଇଛି । ସ୍ପେଶାଲ ୱିମେନ କୋର୍ଟ ତାଙ୍କୁ ୭ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି । ଖବର ଅନୁସାରେ ଏହି ପ୍ରଡ୍ୟୁସର ଅଭିନେତ୍ରୀଙ୍କୁ େଶୋ’ରେ କାମ ଦେଲେ ଏବଂ ଥରେ ପ୍ରସିଦ୍ଧ ହୋଇଯିବା ପରେ ତାଙ୍କୁ ମେକଅପ ରୁମରେ ବଳାତ୍କାର କଲେ ।

ଖବର ଅନୁସାରେ ଏହି ସାରା ଘଟଣା ୧୨ ଡିସେମ୍ବର ୨୦୧୨ରେ ହୋଇଥିଲା ଯେତେବେଳେ ମୁକେଶ ଅଭିନେତ୍ରୀଙ୍କୁ ବସ ଷ୍ଟାଣ୍ଡରେ ସାକ୍ଷାତ କରିବାକୁ କହିଥିଲେ ଯେଉଁଠାରୁ ଦୁଇ ଜଣ ସାଙ୍ଗ ହୋଇ ଯିବାର ଥିଲା । ବସ ବିଳମ୍ବରେ ଆସିବାରୁ ଅଭିନେତ୍ରୀଙ୍କୁ ବସରେ ନେବା ପାଇଁ ସେ ଆପ୍ରୋଚ କରିଥିଲେ । ମୁକେଶ ତାଙ୍କୁ ବାଇକରେ ସୁଟିଂ ଲୋକେଶନକୁ ନେଇଗଲା ଯେଉଁଠାରେ ତାଙ୍କୁ ବଳାତ୍କାର କଲା । ଏସିଆନ ଏକ ରିପୋର୍ଟ ଅନୁସାରେ ଦୋଷୀ ଅଭିନେତ୍ରୀଙ୍କୁ ଧମକ ଦେଇଥିଲାଯେ ଯଦି ସେ ମୁହଁ ଖୋଲନ୍ତି ତେବେ ପରିଣାମ ଖୁବ ଖରାପ ହେବ ।

‘ଏକବୀର କୀ ଅରଦାସ ବୀରା’ ଶୋ ୨୯ ଡିସେମ୍ବର ୨୦୧୨ରେ ଆରମ୍ଭ ହୋଇଥିଲା । ଏହା ଖୁବ ପପୁଲାର ଶୋ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More