Only for Entertainment

ବୀରେ ଦି ୱେଡିଂ ଫିଲ୍ମ ରିଲିଜ ପୂର୍ବରୁ ଆଜମେର ପହଂଚିଲେ ଏକତା, ନେଲେ ଭଗବାନଙ୍କ ଆର୍ଶୀବାଦ !

KHABAR NDTV
0 49

ମନୋରଂଜନ ଦୁନିଆରେ ନିଜର ଗଭୀର ଛାପ ନିର୍ମାଣ କରିଥିବା ଫିଲ୍ମ ନିର୍ମାତା ଏକତା କପୁର ତାଙ୍କ ଅପକମିଂ ଫିଲ୍ମ ‘ବୀରେ ଦି ୱେଡିଂ’ ଆଉ କିଛି ଦିନରେ ରିଲିଜ ହେବାକୁ ଯାଉଛି । ଏହି କାରଣରୁ ଏକତା କପୂର ଅଜମେର ଶରୀଫ ଯାଇ ଗରିବ ନବାଜଙ୍କ ଆଶୀର୍ବାଦ ନେଇଛନ୍ତି । କଂଟେଂଟର ରାଣୀ କେବଳ ତାଙ୍କ ଆଗାମୀ ଫିଲ୍ମ ନୁହେଁ ବରଂ ନିଜର ଅପକମିଂ ଟିଭି ସୋ’ ନାଗୀନ-୩, ଦିଲ ହି ତୋ ହେ ଏବଂ କୟାମତ କି ରାତ’ର ସଫଳତା ପାଇଁ ମଧ୍ୟ ଭଗବାନଙ୍କ ଆଗେ ଆର୍ଶୀବାଦ ମାଗିଛନ୍ତି ।

ଏକତା କପୁର ସର୍ବଦା ଭଗବାନଙ୍କ ଉପରେ ଭରସା କରନ୍ତି ଏହି କାରଣଳରୁ ସେ ସମସ୍ତ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନଙ୍କ ଆର୍ଶୀବାଦ ନେବାକୁ ଭୁଲନ୍ତି ନାହିଁ । ଏକତା ଟିଆରପି ରାଣୀ ରୂପେ ମଧ୍ୟ ପରିଚିତ ଏବଂ ଯେବେଠାରୁ ସେ ଏହି ଜଗତରେ ପ୍ରବେଶ କରିଛନ୍ତି ସେବେଠାରୁ ହିଁ ଡେଲି ସୋପ’କୁ ନୂଆ ଏବଂ ଉନ୍ନତ ପରିଚୟ ମିଳିଛି । ୧୯ବର୍ଷ ବୟସରୁ ସେ ଏହି ଜଗତରେ ପାଦ ଦେଇଥିଲେ ଏବଂ ସମସ୍ତ ବର୍ଗରେ ନିଜକୁ ପରିଚୟ ଦେବା ଲାଗି ପ୍ରୟାସରେ ସଫଳତା ମଧ୍ୟ ପାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More