Only for Entertainment

‘ବୀରେ ଦି ୱେଡିଂ’ର ଆଉ ଏକ ଗୀତ ‘ବୀରେ’ ରିଲିଜ, ଦେଖିବାକୁ ମିଳିଲା ଗାର୍ଲ ଗ୍ୟାଙ୍ଗର ଜଲୱା

you tube
0 36

ବଲିଉଡ ଅପକମିଙ୍ଗ ଫିଲ୍ମ ‘ବୀରେ ଦି ୱେଡିଂ’ର ଆଉ ଏକ ନୂଆ ଗୀତ ‘ବୀରେ’ ରିଲିଜ ହୋଇଛି । ଫିଲ୍ମର ଏହି ଟାଇଟଲ ସଙ୍ଗରେ କରୀନା କପୁର, ସୋନମ କପୁ. ସ୍ୱରା ଭାସ୍କର ଏବଂ ଶିଖା ତଲ୍ସାନିୟା ଖୁବ ମସ୍ତି କରୁଥିବାର ଦେଖିବାକୁ ମିଳିଛି । ଫିଲ୍ମର ଏହି ଗୀତର ଚାରି ବାନ୍ଧବାଙ୍କ ବନ୍ଧୁତାକୁ ଦର୍ଶାଯାଇଛି ।

ଫିଲ୍ମର ଏହି ଗୀତକୁ ଭିଶାଲ ମିଶ୍ରା, ଆଦିତି ସିଂ ଶର୍ମା, ୟୁଲିଆ ବନ୍ତୁର, ଧୱାନୀ ଭାନୁଶାଳୀ, ନିକିତା ଆହୁଜା, ପାୟଲ ଦେବ ଏବଂ ଶରବୀ ୟାଦବ ମିଳିତ ଭାବେ ଗାଇଛନ୍ତି । ଗୀତର ଲିରିକ୍ସ ଅନବିତା ଦତ୍ତ ଲେଖିଥିବାବେଳେ ଗୀତର ମ୍ୟୁଜିକ ଦେଇଛନ୍ତି ଭିଶାଲ ମିଶ୍ରା ।

ଏହା ପୂର୍ବରୁ ଫିଲ୍ମର ଦୁଇଟି ଗୀତ ‘ତାରିଫା’ ଏବଂ ‘ଭାଙ୍ଗଡା ତା ସଜଦା’ ରିଲିଜ କରାଯାଇଥିଲା ଏହି ଗୀତକୁ ଦର୍ଶକଙ୍କର ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି । ଏବେ ଦେଖିବାକୁ ବାକି ରହିଲା ଫିଲ୍ମର ଏହି ନୂଆ ଗୀତକୁ ଦର୍ଶକ କେତେ ମାତ୍ରାରେ ପସନ୍ଦ କରୁଛନ୍ତି । ଫିଲ୍ମ ଜୁନ ୧ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More