Only for Entertainment

ପ୍ରସିଦ୍ଧ ଲୋକିପ୍ରୟ ଅଭିନେତ୍ରୀ ଗୀତାଂଜଳି ରାମକ୍ରିଷ୍ଣାନଙ୍କ ପରଲୋକ

timesnow
54

କିଛି ଘଂଟା ପୂର୍ବରୁ ଆଜି ୩୧ ଅକ୍ଟୋବରକୁ ପ୍ରସିଦ୍ଧ ଲୋକପ୍ରିୟ ଅଭିନେତ୍ରୀ ଗୀତାଂଜଳି ରାମକ୍ରିଷ୍ଣାଙ୍କ ପରଲୋକ ହୋଇଛି । ଖବର ଅନୁସାରେ କାର୍ଡ଼ିଆକ ଆରେଷ୍ଟରରେ ତାଙ୍କର ମୃତ୍ୟୁ ହୋଇଛି । ଫିଲ୍ମ ନଗରୀ ହାଇଦ୍ରାବାଦରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୬ ଦଶନ୍ଧିର ଲମ୍ବା କ୍ୟାରିଅର ମଧ୍ୟରେ ଗୀତାଂଜଳି ୫୦୦ରୁ ଅଧିକ ତେଲୁଗୁ, ତାମିଲ,ମଲୟାଲାମ ଏବଂ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନଜର ଆସିଛନ୍ତି ।

୧୯୬୧ରେ ଗୀତାଂଜଳି ତେଲୁଗୁ ଫିଲ୍ମ ‘ସୀତାରାମ କଲ୍ୟାଣମ’ରେ ଡେବ୍ୟୁ କରିଥିଲେ । ଏହି ପୌରାଣିକ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଏନ. ଟି. ରାମା ରାଓ । ଗୀତାଂଜଳି ନନ୍ଦି ଆୱାର୍ଡ଼ କମିଟିର ଜଣେ ସଦସ୍ୟା ଥିଲେ । ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ଜନ୍ମ ହୋଇଥିଲେ ଗୀତା । ସେ ସ୍ୱର୍ଗତ ରାମକ୍ରିଷ୍ଣଙ୍କୁ ବିବାହ କରିଥିଲେ । ବିବାହ ପୂର୍ବରୁ ମଧ୍ୟ ସେ କେତେକ ଫିଲ୍ମରେ ସ୍କ୍ରିନ ଶେୟାର କରିଥିଲେ ।

ଅଧିକ ଜାଣିବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More