Only for Entertainment

ପ୍ରଭାସଙ୍କ ମା’ ହେବେ ସଲ୍‍ମାନଙ୍କ ଏହି ହିରୋଇନ୍‍

telugu navyamedia
122

ବହୁ ଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରୁଛନ୍ତି ଅଭିନେତା ସଲ୍‍ମାନଙ୍କ ହିରୋଇନ୍‍ । ବଲିଉଡରେ ଡେବ୍ୟୁ କରିବା ମାତ୍ରେ ସେ ରାତାରାତି ଷ୍ଟାର୍‍ ପାଲଟି ଯାଇଥିଲେ । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ବିଗତ ଦିନର ପ୍ରସିଦ୍ଧ ଅଭିନେତ୍ରୀ ଭାଗ୍ୟଶ୍ରୀ । ସଲ୍‍ମାନଙ୍କ ସହ ଫିଲ୍ମ ‘ମେନେ ପ୍ୟାର୍‍ କିୟା’ରେ ଅଭିନୟ ଜଗତରେ ପାଦ ରଖିଥିବା ଭାଗ୍ୟଶ୍ରୀ ବର୍ତ୍ତମାନ ସାଉଥ୍‍ ସୁପର୍‍ଷ୍ଟାର ପ୍ରଭାସ୍‍ଙ୍କ ମା’ ଭୂମିକାରେ ନଜର ଆସିବେ । ‘ପ୍ରଭାସ୍‍ ୨୦’ ନାମରେ ନିର୍ମିତ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି ।

ଶୁଣିବାକୁ ମିଳିଛି ଯେ, ଫିଲ୍ମରେ ଭାଗ୍ୟଶ୍ରୀଙ୍କ ଭୂମିକା ମୁଖ୍ୟ ହୋଇଥିବା ବେଳେ ଏହାକୁ ବର୍ତ୍ତମାନ ରହସ୍ୟ ରଖାଯାଇଛି । ରାଧା କୃଷ୍ଣ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ ପୂଜା ହେଗଡେଙ୍କୁ ଚୟନ କରାଯାଇଛି । ଏହା ଏକ ପିରିୟଡ ଲଭଷ୍ଟୋରୀ ଅଟେ ଯେଉଁଥିରେ ପ୍ରଭାଙ୍କୁ ଜଣେ ଜ୍ୟୋତିଷ୍କଙ୍କ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ ।

ସୂଚନାଯୋଗ୍ୟ ଯେ, ୧୯୮୯ରେ ସୁପରହିଟ୍‍ ଡେବ୍ୟୁ କରିବା ପରେ ୨-୩ଟି ହିନ୍ଦୀ ଫିଲ୍ମରେ କାମ କରିବା ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ଏହାବ୍ୟତୀତ ସେ ବଙ୍ଗାଲି, ଭୋଜପୁରୀ ଏବଂ ମରାଠୀ ଫିଲ୍ମରେ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More