Only for Entertainment

‘ପଦ୍ମାବତ’ ପରେ ସଲମାନଙ୍କ ଫିଲ୍ମକୁ ବିରୋଧ, ବିଶ୍ୱ ହିନ୍ଦୁ ପରିଷଦର ବୟାନ ରିଲିଜ ହେବାକୁ ଦେବୁନି ‘ଲଭରାତ୍ରୀ’

Hindustan Times
0 54

ବଲିଉଡ ଅଭିନେତା ସଲମାନ ଖାନ ଅନେକ ଥର ନୂଆ ଲୋକଙ୍କୁ ଫିଲ୍ମରେ ସୁଯୋଗ ଦେଇଥାନ୍ତି । ସେ ଷ୍ଟାର କିଡ ହୁଅନ୍ତୁ କିମ୍ବା ଇଣ୍ଡଷ୍ଟ୍ରୀ ବାହାରର ନୂଆ ଟ୍ୟାଲେଣ୍ଟ ହୁଅନ୍ତୁ ସଲମାନ ନିଜ ଫିଲ୍ମରେ ସେମାନଙ୍କୁ ସୁଯୋଗ ଦେଇଥାନ୍ତି । କିଛି ଦିନ ପୂର୍ବେ ସଲମାନ ତାଙ୍କ ଭେଣୋଇ ଅର୍ଥାତ ଅର୍ପିତାଙ୍କ ପତି ଆୟୁଷ ଶର୍ମାଙ୍କୁ ଫିଲ୍ମ ‘ଲଭରାତ୍ରୀ’ରେ ଲଂଚ କରିବେ ବୋଲି ଘୋଷଣା କରିଥିଲେ । ଏହି ଫିଲ୍ମ ସଲମାନ ଖାନଙ୍କ ପ୍ରଡକ୍ସନ ହାଉସ ସଲମାନ ଖାନ ଫିଲ୍ମ ବ୍ୟାନରରେ ନିର୍ମାଣ ହେଉଛି । କିନ୍ତୁ ଏହି ଫିଲ୍ମକୁ ନେଇ ଏବେ ଆୟୁଷଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଛି । ଖବର ଅନୁସାରେ ବିଶ୍ୱ ହିନ୍ଦୁ ପରିଷଦ ଫିଲ୍ମର ରିଲିଜକୁ ବିରୋଧ କରିଛନ୍ତି ।

salman-warina

 

ବିଶ୍ୱ ହିନ୍ଦୁ ପରିଷଦର କହିବା ଅନୁସାରେ ସଲମାନଙ୍କ ପ୍ରଡକ୍ସନ ହାଉସରେ ନିର୍ମିତ ଫିଲ୍ମ ‘ଲଭରାତ୍ରୀ’ ହିନ୍ଦୁ ପର୍ବର ଅର୍ଥକୁ ବିକୃତ କରୁଛି । ବିଶ୍ୱ ହିନ୍ଦୁ ପରିଷଦର ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି ଯେ, ‘ଆମେ ଏହି ଫିଲ୍ମକୁ ରିଲିଜ ହେବାକୁ ଦେବୁନାହିଁ । କରଣ ଆମେ ଚାହୁଁନୁ ଦେଶରେ ହିନ୍ଦୁମାନଙ୍କ ଭାବନାକୁ ଆଘାତ ହେଉ । ଏହି ଫିଲ୍ମ ହିନ୍ଦୁ ପର୍ବ ନବରାତ୍ରୀର ପୃଷ୍ଠଭୂମିରେ ନିର୍ମିତ ହୋଇଛି ଏବଂ ଏହାର ଅର୍ଥକୁ ବିକୃତ କରାଯାଇଛି ।’

loveratri-825

‘ଲଭରାତ୍ରୀ’ ଗୁଜୁରାଟ ଉପରେ କେନ୍ଦ୍ରୀତ ଫିଲ୍ମ ବୋଲି କୁହାଯାଉଛି । ଏହି ଫିଲ୍ମ ୫ ଅକ୍ଟୋବରରେ ରିଲିଜ ହେବ ହେବ ବୋଲି ଶୁଣିବାକୁ ମିଳିଛି । ଏବଂ ଏହି ସମୟରେ ପୁରା ଦେଶରେ ନବରାତ୍ରୀର ଉତ୍ସବ ପାଳନ କରାଯାଏ । ଏହା ପୂର୍ବରୁ ମଧ୍ୟ ଅନେକ ସଂଗଠନ ବିଭିନ୍ନ ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More