Only for Entertainment

‘ଲ୍ୟାଣ୍ଡ ଅଫ୍‍ ଲୁଙ୍ଗି’ରେ ଅକ୍ଷୟ କୁମାରଙ୍କୁ ରିପ୍ଲେସ୍ କଲେ ଭିକି କୌଶଲ

The Statesman
22

‘ଉରି -ଦ ସର୍ଜିକାଲ ଷ୍ଟ୍ରାଟ୍ରାଇକ୍’ ଫେମ୍‌ ଅଭିନେତା  ଭିକି କୌଶଲ ଖୁବ୍‌ ଶୀଘ୍ର ସାଜିଦ୍‌ ନାଡିୟାଡୱାଲାଙ୍କ ଫିଲ୍ମ ‘ଲ୍ୟାଣ୍ଡ ଅଫ୍‌ ଲୁଙ୍ଗି’ରେ ନଜର ଆସିବେ। ହେଲେ ଏହି ଫିଲ୍ମ ପାଇଁ ନିର୍ମାତାଙ୍କ ପସନ୍ଦ ନଥିଲେ ଭିକି। ପ୍ରଥମେ ଏହି ଫିଲ୍ମଟି ଖିଲାଡି ଅକ୍ଷୟ କୁମାରଙ୍କୁ ମିଳିଥିଲା। ହେଲେ ଅକ୍ଷୟ ଫିଲ୍ମ ପାଇଁ ସମୟ ନ ଦେଇପାରିବାରୁ ସେ ଫିଲ୍ମରୁ ଓହରିଯାଇଥିଲେ। ପରେ ନିର୍ମାତା ଅକ୍ଷୟଙ୍କ ସ୍ଥାନରେ ଭିକ୍କିଙ୍କୁ ନେଇଥିଲେ। ବର୍ତ୍ତମାନ ଅକ୍ଷୟ କୁମାର ନିଜ ଅପକମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’, ‘ଲକ୍ଷ୍ମୀ ବମ୍’ ଓ ‘ଦି ଏଣ୍ଡ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

‘ଲ୍ୟାଣ୍ଡ ଅଫ୍‌ ଲୁଙ୍ଗି’ ହେଉଛି ତାମିଲ ଫିଲ୍ମ ‘ବରିମ୍‌’ର ରିମେକ୍‌। ଫିଲ୍ମଟିର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଫରହାଦ ସାମଜୀ। ବର୍ତ୍ତମାନ ଭିକ୍କି ତାଙ୍କର ଅପକମିଂ ଫିଲ୍ମ ସରଦାର ଉଧମ୍‌ ସିଂହଙ୍କ ବାୟୋପିକର ସୁଟିଂରେ ବ୍ୟସ୍ତ ଅଛନ୍ତି।

ତେବେ ଏହା ପ୍ରଥମ ଥର ନୁହେଁ ଯେବେ ଭିକ୍କି କେଉଁ ସୁପରଷ୍ଟାରଙ୍କୁ ରିପ୍ଲେସ୍ କରୁଛନ୍ତି, ପୂର୍ବରୁ ସେ ପ୍ରଥମ ଭାରତୀୟ ମହାକାଶଚାରୀ ରାକେଶ ଶର୍ମାଙ୍କ ବାୟୋପିକ୍ ଫିଲ୍ମ ‘ସାରେ ଜାହାଁ ସେ ଆଚ୍ଛା’ରେ ଶାହାରୁଖ ଖାନ୍‌ଙ୍କୁ ରିପ୍ଲେସ କରିସାରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More