Only for Entertainment

୪ ଦିନରେ ୪ କୋଟି ଭ୍ୟୁଜ, ‘ପଛତାଓଗେ’ର ସକସେସ୍ ପାର୍ଟିରେ ସାମିଲ ହେଲେ ନୋରା-ଭିକି କୌଶଲ

you tube
45

ୟୁଟୁବରେ ରିଲିଜ୍ ହେବା ପରେ ଚହଳ ସୃଷ୍ଟି କରିଛି ଅରିଜୀତ୍ ସିଂଙ୍କ ଲେଟେଷ୍ଟ ମ୍ୟୁଜିକ୍ ଭିଡିଓ ‘ପଚତାଓଗେ’ । ଗୀତରେ ନୋରାହ୍ ଫତେହି ଓ ଭିକି କୌଶଲଙ୍କ ଆକର୍ଷଣୀୟ ଅଭିନୟ ଦେଖିବାକୁ ମିଳିଛି । ଗୀତଟିକୁ ରିଲିଜ୍ ହେବାର ୪ ଦିନ ମଧ୍ୟରେ ପାଖାପାଖି ୪ କୋଟି ଦର୍ଶକ ଦେଖି ସାରିଲେଣି । ଯାହାକୁ ନେଇ ମେକର୍ ଭୂଷଣ କୁମାର୍ ଏକ ସକସେସ୍ ପାର୍ଟିର ଆୟୋଜନ କରିଥିଲେ । ଯେଉଁଠି ପହଁଚିଥିଲେ ଭୂଷଣ କୁମାରଙ୍କ ସହ ଅଭିନେତା ଭିକି କୌଶଲ୍ ଓ ଡ୍ୟାନ୍ସର୍ ନୋରାହ୍ ।

ସ୍ରୋତାଙ୍କ ମନଜିଣିବାରେ ସଫଳ ହୋଇଛି ନିକଟରେ ରିଲିଜ୍ ହୋଇଥିବା ଅରିଜୀତ୍ ସିଂଙ୍କ ସ୍ୟାଡ୍ ସଙ୍ଗ ‘ପଚତାଓଗେ’ । ଗୀତରେ ଅଭିନେତା ଭିକି କୌଶଲ୍ ଓ ନୋରାହ ଫତେହିଙ୍କୁ ନାୟକ – ନାୟିକା ଭାବେ ଦେଖିବାକୁ ମିଳିଛି । ଦୁହିଁଙ୍କ ଜବରଦସ୍ତ ଅଭିନୟ ଦେଖଣାହାରିଙ୍କୁ ଆସିଛି ଭରପୁର୍ ପସନ୍ଦ । ମାତ୍ର ୪ ଦିନ ଭିତରେ ଏହାକୁ ୪ କୋଟିର ଦର୍ଶକ ୟୁଟୁବରେ ରିଲିଜ୍ ହୋଇ ସାରିଲାଣି । ଯାହାକୁ ନେଇ ମେକର୍ ଭୂଷଣ କୁମାର୍, ଅଭିନେତା ଭିକି କୌଶଲ୍ ଓ ନୋରାହ ଫତେହି ଏକତ୍ରିତ ହୋଇ ଗୀତର ସଫଳତାକୁ ସେଲିବ୍ରେଟ୍ କରିଛନ୍ତି ।

ପ୍ରେମ, ପ୍ରତାରଣା ଆଉ ଧୋକା ଏହାକୁ ନେଇ ଗୀତଟିର କାହାଣୀ ଗତିଶୀଳ ହୋଇଛି । ଟିସିରିଜ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଗୀତଟି ୟୁଟୁବରେ ଏବେ ବି ଟ୍ରେଣ୍ଡିଂ ହେଉଛି । ଗୀତରେ ଶୁଣିବାକୁ ମିଳିଛି ଅରିଜୀତ ସିଂଙ୍କ ଆକର୍ଷଣୀୟ ଗାୟିକୀ ଶୁଣିବାକୁ ମିଳିଛି । ବି – ପ୍ରାକଙ୍କ ସଙ୍ଗୀତରେ ଏହି ଗୀତର ଲିରିକ୍ସ ଦେଇଛନ୍ତି ଲୋକପ୍ରିୟ ପଂଜାବୀ ଗୀତିକାର ଜାନି । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଅରବିନ୍ଦ ଖଇରା । ଆଗକୁ ଏହି ଗୀତର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More