Only for Entertainment

ବିକ୍କି କୌଶଲ ରାପ କରି କଲେ ଗଲିବୟର ପ୍ରମୋସନ, ଭାଇରାଲ ହେଲା ଭିଡିଓ !

27

ଡିସେମ୍ବର ୨୦୧୮ରେ ଦୀପିକା ପାଦୂକୋଣଙ୍କୁ ବିବାହ କରିବା ପରେ ରଣବୀର ସିଂ ନିଜ ଫିଲ୍ମ ଗଲି ବୟର ରିଲିଜ ପାଇଁ ପ୍ରସ୍ତୁତି କରୁଛନ୍ତି । ଫିଲ୍ମ ରିଲିଜ ହେବା ପୂର୍ବରୁ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ମନରେ ଅନେକ ଉତ୍ସାହ ଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବିକ୍କି କୌଶଲ ମଧ୍ୟ ଫିଲ୍ମକୁ ନେଇ ଖୁବ ପ୍ରଭାବିତ ଅଛନ୍ତି । ନିକଟରେ ବିକ୍କି ଏକ ରାପ କରି ଫିଲ୍ମକୁ ପ୍ରମୋସନ କରିଛନ୍ତି ।

ବିକ୍କି ଗଲି ବୟ ଗୀତରେ ‘ମେରି ଗଲି’ରେ ରାପ କରି ଫିଲ୍ମ ପ୍ରମୋଟ କରିଛନ୍ତି । ଏହି ଫିଲ୍ମରେ ରଣବର ଷ୍ଟ୍ରୀଟ ରାପର ଭୂମିକାରେ ନଜର ଆସିବେ । ଏହି ଭୂମିକାକୁ ନେଇ ବିକ୍କି ପ୍ରଭାବିତ ହୋଇ ସେ ରାପ କରି ଫିଲ୍ମ ପ୍ରମୋଟ କରିଛନ୍ତି । ଦେଖନ୍ତୁ ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More