Only for Entertainment

ଫିଲ୍ମ ‘ଉରି’କୁ ସବୁଠାରୁ କଠିନ ଫିଲ୍ମ ମାନୁଛନ୍ତି ବିକ୍କି କୌଶଲ, ଫିଲ୍ମ ପାଇଁ ବଢାଇଛନ୍ତି ୨୦କିଲୋ ଓଜନ !

DNA India
17

ଫିଲ୍ମ ସଂଜୁର ସଫଳତା ପରେ ବିକ୍କି କୌଶଲଙ୍କ ଭାଗ୍ୟ ଏବେ ଖୁବ ଉଚ୍ଚରେ । ବିକ୍କି କୌଶଲ ଏବେ ନିଜର ଆଗାମୀ ଫିଲ୍ମ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଫିଲ୍ମ ଅନୁଭବ ଶେୟାର କରି ବିକ୍କି କହିଛନ୍ତି ତାଙ୍କୁ ଭଲ ଅନୁଭବ ହେଉଛି । ତାଙ୍କ କ୍ୟାରିଅର ମଧ୍ୟରେ ଏହା ସବୁଠାରୁ ଅଧିକ ଶାରୀରିକ ପରିଶ୍ରମ ଫିଲ୍ମ ଅଟେ ।

ବିକ୍କି କହିଛନ୍ତି ଯେ ଏହି ଭୂମିକା ପାଇଁ ସେ ୨୦କିଲୋ ଓଜନ ବୃଦ୍ଧି କରିଛନ୍ତି । ସେ ଆଗରୁ ୭୦କିଲୋ ଥିଲେ , ମାତ୍ର ଏବେ ତାଙ୍କର ଓଜନ ରହିଛି ୯୦କିଲୋ । ବିକ୍କିଙ୍କୁ ଫିଜିକାଲି କଠିନ ତାଲିମ ନେବାକୁ ପଡୁଛି । ଏକ୍ସରସାଇଜ ସହ ନିଜ ଡାଏଟର ମଧ୍ୟ ଖାସ ଖୟାଲ ରଖୁଛନ୍ତି ବିକ୍କି । ଫିଲ୍ମରେ ବିକ୍କି ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ଏକ ଭାରତୀୟ କମାଣ୍ଡୋ ଭୂମିକାରେ ନଜର ଆସିବେ ।

ଅଭିନେତା ବିକ୍କି କୌଶଲ ମଧ୍ୟ କହିଛନ୍ତି ଯେ ଏହାର ଟ୍ରେଲର ରିଲିଜ ହେବାକୁ ଯାଉଛି । ସେ ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବାକୁୁ ଖୁବ ବ୍ୟାକୁଳ ଅଛନ୍ତି । ଫିଲ୍ମରେ ଯେଉଁଠି ବିକ୍କି କୌଶଲ ଭାରତୀୟ କମାଣ୍ଡୋ ଭୂମିକାରେ ନଜର ଆସିବେ , ସେହିଭଳି ୟାମୀ ଗୌତମ ଓକିଲ ଭୁମିକାରେ ନଜର ଆସିବେ ।

ତନୁଶ୍ରୀ ଦତ୍ତା ଏବଂ ନାନାଙ୍କ ବିବାଦ ବିଷୟରେ ପଚରାଯିବାରୁ ବିକ୍କି କୌଶଲ କହିଛନ୍ତି ଯେ ସେ ନିଜ କଥା କହିବା ପାଇଁ ସାମ୍ନାକୁ ଆସିଛନ୍ତି ଏବଂ ପୀଡିତ ଓ ଆରୋପୀ ଦୁଇ ପକ୍ଷରୁ ଶୁଣିବା ଜରୁରୀ ଅଟେ ଏବଂ ଏହାର ଯାଂଚ ସଠିକ ଭାବେ କରିବା ଜରୁରୀ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More