Only for Entertainment

ନିଜର ଆଗାମୀ ଫିଲ୍ମରେ ସୈନିକ ଭୂମିକାରେ ନଜର ଆସିବେ ଭିକି କୌଶଲ ।

DNA India
0 34

ବଲିଉଡ ଅଭିନେତା ଭିକି କୌଶଲ ନିଜର ଆଗାମୀ ଫିଲ୍ମରେ ସୈନିକ ଭୂମିକାରେ ନଜର ଆସିବେ । ନିକଟରେ ରିଲିଜ ହୋଇଥିବା ତାଙ୍କର ଫିଲ୍ମ ସଂଜୁ ପରେ ସେ ଏବେ ଫିଲ୍ମ ‘ଉରୀ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

ଖବର ଅନୁସାରେ ଫିଲ୍ମରେ ଭିକି ଏକ ସୈନିକ ଭୂମିକାରେ ନଜର ଆସିବେ । ଫିଲ୍ମ ପାଇଁ ସେ ଖୁବ ପରିଶ୍ରମ ମଧ୍ୟ କରୁଛନ୍ତି । ଶୁଣୁବାକୁ ମିଳୁଛି ଯେ ଫିଲ୍ମ ପାଇଁ ସେ ୨୦ କିଲୋ ଓଜନ ବଢାଇଛନ୍ତି । ପୂର୍ବରୁ ତାଙ୍କର ୭୦ କେଜି ଓଜନ ଥିବା ବେଳେ ଏବେ ସେ ଓଜନ ବଢାଇ ୯୦ କିଲୋରେ ପହଁଚିଛନ୍ତି । ଫିଲ୍ମ ପାଇଁ ସେ କଠିନ ଫିଜିକାଲ ଟ୍ରେନିଂ ନେବା ସହିତ ଡାଏଟର ମଧ୍ୟ ଧ୍ୟାନ ରଖୁଛନ୍ତି ।

vickey

ଫିଲ୍ମର ସୁଟିଂ ଏବେ ସର୍ବିଆରେ ଆରମ୍ଭ ହୋଇସାରିଛି । ଫିଲ୍ମ ‘ଉରୀ’ ସେପ୍ଟେମ୍ବର ୨୦୧୬ରେ କାଶ୍ମୀରର ଉରୀ ଉପରେ ହୋଇଥିବା ଆତଙ୍କବାଦୀ ହାମଲା ଉପରେ ଆଧାରିତ । କହିରଖୁଛୁ ଯେ ଫିଲ୍ମ ‘ସଂଜୁ’ରେ ଭିକି କୌଶଲଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ସେ ନିଜକୁ ଏକ ଦକ୍ଷ ଅଭିନେତା ଭାବେ ପ୍ରମାଣ କରିଛନ୍ତି । ଏପରି ସ୍ଥଳେ ତାଙ୍କର ଆଗାମୀ ଫିଲ୍ମକୁ ନେଇ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More