Only for Entertainment

ରାକେଶ ଶର୍ମାଙ୍କ ବାୟୋପିକରେ ଶାହରୁଖ ଖାନଙ୍କୁ ରିପ୍ଲେସ କଲେ ଭିକି କୌଶଲ

DNA India
61

‘ଉରୀ ଦ ସର୍ଜିକାଲ ଷ୍ଟାଇକ’ ବକ୍ସ ଅଫିସରେ ସଫଳ ହେବା ପରେ ଫିଲ୍ମର ଲିଡ ଆକ୍ଟର ଭିକି କୌଶଲଙ୍କ ଚାହିଦା ଏବେ ବଢିବାକୁ ଲାଗିଛି । ଏବେ ଚର୍ଚ୍ଚା ହେଉଛି ଯେ, ରାକେଶ ଶର୍ମାଙ୍କ ବାୟୋପିକ ‘ସାରେ ଜାହାଁ ସେ ଅଚ୍ଛା’ରେ ଭିକି କୌଶଲ ମୁଖ୍ୟ ଭୂମିକାରେ ନଜର ଆସିବେ । କିନ୍ତୁ ଏହାକୁ ନେଇ ଏବେ ମେକର୍ସ କୌଣସି ଘୋଷଣା କରନାହାଁନ୍ତି । ରାକେଶ ଶର୍ମାଙ୍କ ବାୟୋପିକ ପାଇଁ ପ୍ରଥମେ ଶାହରୁଖ ଖାନଙ୍କୁ ଫାଇନାଲ କରାଯାଇଥିଲା କିନ୍ତୁ କୌଣସି କାରଣରୁ ସେ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ । କୁହାଯାଉଛି ଯେ, ହିଟ ଫ୍ରାଞ୍ଚାଇଜ ଡନ-୩ ପାଇଁ ସେ ଏହି ପ୍ରୋଜେକ୍ଟକୁ ମନା କରିଦେଇଛନ୍ତି ।

srk and vicky

ରିପୋର୍ଟ ଅନୁସାରେ ପ୍ରଡ୍ୟୁସର ରୋନୀ ସ୍କ୍ରୁୱାଲା ଉରୀରେ ଭିକି କୌଶଲଙ୍କ ଅଭିନୟ ଦେଖି ଖୁବ ପ୍ରଭାବିତ ହୋଇଛନ୍ତି । ସେଥିପାଇଁ ଫିଲ୍ମ ‘ସାରେ ଜାହାଁ ସେ ଅଚ୍ଛା’ରେ ଭିକିଙ୍କୁ ଫାଇନାଲ କରିଛନ୍ତି । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଭିକି ଫିଲ୍ମରେ ନିଜ ଚରିତ୍ର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ପ୍ରୋଜେକ୍ଟ ପାଇଁ ଆମୀର ଖାନ ପ୍ରଥମ ପସନ୍ଦ ଥିଲେ । କିନ୍ତୁ ସେ ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଥିବାରୁ ସମ୍ଭବ ହୋଇ ପାରିଲା ନାହିଁ ।

vicky

କହିରଖୁଛୁ ଯେ, ୪୫ କେଟିରେ ନିର୍ମିତ ଭିକି କୌଶଲ ଷ୍ଟାରର ଫିଲ୍ମ ଉରୀ ଦ ସର୍ଜିକାଲ ଷ୍ଟାଇକ ଏପର୍ଯ୍ୟନ୍ତ ୨୩୦ କୋଟି ଆୟ କରି ସାରିଛି । ଏବଂ ଆଶା କରାଯାଉଛି ଯେ ଏହା ଖୁବ ଶୀଘ୍ର ୨୫୦ କୋଟି ପାର କରିଯିବ । ଫିଲ୍ମରେ ଭିକି କୌଶଲଙ୍କ ବ୍ୟତିତ ପରେଶ ରାୱଲ, ମୋହିତ ରୈନା, ୟାମୀ ଗୌତମଙ୍କ ପରି କଳାକାର ନଜର ଆସିଥିଲେ । ଫିଲ୍ମର ନିର୍ଦ୍ଦେଶନା ଆଦିତ୍ୟ ଧାର ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More