Only for Entertainment

ପ୍ରଥମ ଲୁକରେ ଆକ୍ଟରଙ୍କୁ ଚିହ୍ନିବା କଷ୍ଟକର । ପୁଣିଥରେ ଧମାକା କରିବେ.. ।

25

ବଲିଉଡ ଆକ୍ଟର ଭିକ୍କୀ କୌଶଲ ପୁଣିଥରେ ମେଘନା ଗୁଲଜାରଙ୍କ ଫିଲ୍ମରେ ନଜର ଆସିବେ । ଭିକ୍କୀ ଖୁବଶୀଘ୍ର ଭାରତର ପ୍ରଥମ ଫିଲ୍ଡ ମାର୍ସଲ ସେମ ମାନେକସାଙ୍କ ବାୟୋପିକରେ ନଜର ଆସିବେ । ନିକଟରେ ଫିଲ୍ମର ପ୍ରଥମ ଲୁକ ରିଲିଜ ହୋଇଛି । ଏଥିରେ ଭିକ୍କି ଜଣେ ଆମି ଅଫିସର ଚରିତ୍ରରେ ନଜର ଆସିବେ । ପ୍ରଥମ ପୋଷ୍ଟରରେ ଭିକ୍କିଙ୍କୁ ଚିହ୍ନିବା କଷ୍ଟକର ।

କହିରଖୁଛୁ ଏହି ଫିଲ୍ମ ଦେଶର ପ୍ରଥମ ମାର୍ସଲ ଶ୍ୟାମ ମାନେକସାଙ୍କ ବାୟୋପିକ । ସେ ଦେଶର ସାହସୀ ଆର୍ମି ଅଫିସର ଥିଲେ । ତାଙ୍କ ନେତୃତ୍ୱରେ ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା, ଏବଂ ପରିଣାମ ସ୍ୱରୂପ ବାଂଲାଦେଶର ଜନ୍ମ ହୋଇଥିଲା । ଏହାପରେ ପାକିସ୍ତାନ ସାରାକୁ ପୂରା ଦୁନିଆ ସାମ୍ନାରେ ଆତ୍ମ ସମର୍ପଣ କରିବାକୁ ପଡ଼ିଥିଲା । ଏହି ବୀରଗାଥାକୁ ଏବେ ସିନେପ୍ରେମୀ ରୂପେଲି ପରଦାରେ ଦେଖିବାର ସୁଯୋଗ ପାଇବେ । ତେବେ ଏହା ନିଜେ ମେଘନା ଗୁଲଜାର ଜଣାଇଛନ୍ତି ଏବଂ ଏହା ସହିତ ଭିକ୍କି କୌଶଲଙ୍କ ପ୍ରଥମ ଲୁକ ମଧ୍ୟ ରିଲିଜ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More