Only for Entertainment

ଖୋଲିଲା ଭିକ୍କୀଙ୍କ ଭାଗ୍ୟର ତାଲା, ଶାହାରୁଖଙ୍କ ପରିବର୍ତ୍ତେ ଏହି ଫିଲ୍ମରେ ନଜର ଆସିବେ ।

bollywood tadka
15

ବଲିଉଡରେ ଭିକ୍କୀ କୌଶଲଙ୍କ ଚର୍ଚ୍ଚା କମିବାର ନାମ ନେଉନାହିଁ । ନିକଟରେ ରିଲିଜ ହୋଇଥିବା ଫିଲ୍ମ ଉରି ବକ୍ସ ଅଫିସରେ ଚାଂଚଲ୍ୟ ସୃଷ୍ଟି କରିଛି । ଭାରତର ଜୱାନ ମାନଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଫିଲ୍ମକୁ ପସନ୍ଦ କରୁଛନ୍ତି, ବିଶେଷ କରି ଭିକ୍କୀଙ୍କର ଖୁବ ପ୍ରଶଂସା କରାଯାଉଛି । ଏହି ମଧ୍ୟରେ ଫ୍ୟାନ୍ସଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର । ଖବର ମୁତାବକ ଭିକ୍କୀ ଖୁବଶୀଘ୍ର ରାକେଶ ଶର୍ମାଙ୍କ ବାୟୋପିକ ଫିଲ୍ମ ‘ସାରେ ଜହାଁ ସେ ଅଛା’ରେ ରାକେଶ ଶର୍ମାଙ୍କ ଚରିତ୍ରରେ ନଜର ଆସିବେ ।

କହିରଖୁଛୁଯେ ଏହା ପୂର୍ବରୁ ଫିଲ୍ମର ନାମ ସାଲ୍ୟୁଟ ରଖାଯାଇଥିଲା ଏବଂ ଏହି ଚରିତ୍ର ପ୍ରଥମେ ଅମୀର ଖାନ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଶାହାରୁଖ ଖାନଙ୍କୁ ଅଫର କରାଯାଇଥିଲା । ମହାଭାରତ ପାଇଁ ଅମୀର ଖାନ ଏହି ଫିଲ୍ମକୁ ମନା କରି ଦେଇଥିଲେ ଏବଂ ସେ ଶାହାରୁଖଙ୍କୁ ତାଙ୍କ ପରିବର୍ତ୍ତେ ନେବା ପାଇଁ କହିଥିଲେ । ତେବେ ଶାହାରୁଖ ମଧ୍ୟ ପ୍ରଥମେ ରାଜି ଥିଲେ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଡନ ଥ୍ରି ମିଳିଯିବାରୁ ସେ ମଧ୍ୟ ଏହି ଫିଲ୍ମକୁ ମନା କରିଦେଲେ । ଏବେ କୁହାଯାଉଛି ଫିଲ୍ମ ପାଇଁ ଭିକ୍କୀଙ୍କୁ ଯୋଗାଯୋଗ କରାଯାଉଛି । ଅବଶ୍ୟ ଏପର୍ଯ୍ୟନ୍ତ ଏହାର ଆନୁଷ୍ଠାନିକ ଘୋଷଣା ହୋଇନାହିଁ । କିନ୍ତୁ ନିର୍ମାତା ସଂପୂର୍ଣ୍ଣ ଭାବରେ ଆଶା ବାନ୍ଧିଛନ୍ତିଯେ ଭିକ୍କୀ ଏହି ଫିଲ୍ମରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More