Only for Entertainment

ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ଅଭିନେତା ବିକି କୌଶଲ, ଏହି ଟିଭି ଅଭିନେତ୍ରୀଙ୍କୁ କରୁଛନ୍ତି ଡେଟ ।

BollywoodShaadis
0 37

ବଲିଉଡରେ ସଫଳ ଅଭିନେତାର ମାନ୍ୟତା ପାଇବାରେ ଲାଗିଛନ୍ତି ଅଭିନେତା ବିକି କୌଶଲ୍ । ଚଳିତ ବର୍ଷ ତାଙ୍କର ୨ଟି ସିନେମା ‘ରାଜି’ ଓ ‘ସଂଜୁ’କୁ ଅଡିଏନ୍ସ ଢେର୍ ପସନ୍ଦ କରିଛନ୍ତି । ଅନ୍ୟପଟେ ଅନୁରାଗ କଶ୍ୟପଙ୍କ ସିନେମା ‘ମନମର୍ଜିୟାଁ’ ବି ଆଜି ପରଦାକୁ ଆସିଛି । ତେବେ ଏତେ ସବୁ ସଫଳତା ହାସଲ୍ କରିଥିବା ଏହି ଅଭିନେତା ଜଣକ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ରହିଛନ୍ତି ଚର୍ଚ୍ଚାରେ ।

Vicky Kaushal Harleen Sethi (7)

ମିଳିଥିବା ସୂଚନା ଅନୁସାରେ ଏହି ଅଭିନେତା ଜଣକ ଟେଲିଭିଜନ୍ ଅଭିନେତ୍ରୀ ତଥା ହୋଷ୍ଟ ହର୍ଲିନ୍ ସେଟ୍ଟିଙ୍କୁ ଏବେ ସିକ୍ରେଟଲି ଡେଟ୍ କରୁଛନ୍ତି । ଦୁହିଁଙ୍କୁ ଏକାଠି ଅନେକ ସ୍ଥାନରେ ବି ଦେଖିବାକୁ ମିଳୁଛି । ତେବେ ଗୁରୁବାର ଏହି ଯୋଡିଙ୍କୁ ମୁମ୍ବାଇର ଜୁହୁ ସ୍ଥିତ ଏକ ରେଷ୍ଟୁରାଂଟ୍ ବାହାରେ ଦେଖିବାକୁ ମିଳିଥିଲା । ଦୁହିଁଙ୍କୁ ଏକାଠି ଦେଖି ସେଠାରେ ଉପସ୍ଥିତ ମିଡିଆ କର୍ମି ତାଙ୍କ ଫଟୋ ଉଠାଇବାରେ ଲାଗି ପଡିଥିଲେ । ଏହି ସମୟରେ ବିକି ମିଡିଆକୁ ପୋଜ୍ ଦେଉଥିବାବେଳେ, ହର୍ଲିନ୍ କିନ୍ତୁ ଦୌଡିକି ଯାଇ ଗାଡିରେ ବସି ଯାଇଥିଲେ । ବୋଧହୁଏ ସେ ଚାହୁଁନଥିଲେ ଦୁହିଁଙ୍କୁ ଏକାଠି କ୍ୟାମେରାରେ କଏଦ୍ କରାଯାଉ ।

Vicky Kaushal Harleen Sethi (1)

ତେବେ ବିକି କୌଶଲ୍ ଏବେ ନିଜ ଆଗାମୀ ଫିଲ୍ମ ‘ଉରି’କୁ ନେଇ ବ୍ୟସ୍ତ ଅଛନ୍ତି । ଯାହା ୨୦୧୬ର ଆର୍ମି ବେସ୍ କ୍ୟାମ୍ପ ଉରିରେ ହୋଇଥିବା ଆକ୍ରମଣକୁ ନେଇ ପ୍ରସ୍ତୁତ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More