Only for Entertainment

ବିକ୍କିଙ୍କ ସହ ବ୍ରେକଅପକୁ ନେଇ ଦୁଃଖିତ ନୁହଁନ୍ତି ହରଲିନ, ଏହି ହିରୋ ସହିତ ଡାନ୍ସ କରୁଥିବାର ଆସିଲେ ନଜର !

22

ନିକଟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ବିକ୍କି କୌଶଲ ଏବଂ ହରଲିନ ସେଠୀଙ୍କ ମଧ୍ୟରେ ବ୍ରେକଅପ ହୋଇଯାଇଛି ଏବଂ ସିଙ୍ଗଲ ଥିବା କଥା ବିକି ମଧ୍ୟ ସୋସିଆଲ ମିଡିଆରେ ସ୍ୱୀକାର କରିଥିଲେ । ଏପରି କଥା ଶୁଣିବାକୁ ମିଳିଛି ଯେ ବିକ୍କିଙ୍କ ବ୍ରେକଅପର କାରଣ ହେଉଛନ୍ତି କ୍ୟାଟରୀନା କୈଫ । ତେବେ ଏହି ଘଟଣା ପରେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ଦେଖି ୧ପ୍ରତିଶକ ଲାଗୁନାହିଁ ଯେ ବିକିଙ୍କ ସହ ବ୍ରେକଅପ ହୋଇଥିବା କାରଣରୁ ହରଲିନଙ୍କ ମନ ଦୁଃଖ ହେବା ।

କିଛି ଲୋକ ବ୍ରେକଅପ ହେବା ପରେ ମାସ ମାସ ଧରି କାନ୍ଦନ୍ତି ତ କେହି କେହି ନିଜ ଜୀବନରେ ଆଗକୁ ବଢିଥାଆନ୍ତି । ସେହି ଲୋକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହରଲିନ ସେଠୀ । ବ୍ରେକଅପ ପରେ ତାଙ୍କୁ ବରୁଣ ଧୱନଙ୍କ ସହ କଳଙ୍କ ଗୀତ ବାକି ସବ ଫାଷ୍ଟ କ୍ଲାସ’ରେ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ସୋସିଆଲ ମିଡିଆରେ ବରୁଣ ଧୱନ ଶେୟାର କରି ଲେଖିଛନ୍ତି ଯେ ମାଲବିନ ଲୁଇସ ଏବଂ ହରଲିନଙ୍କ ସହ ଡାନ୍ସ କରି ଖୁବ ମଜା ଆସିଗଲା ।

 

View this post on Instagram

 

A #firstclass dance with @melvinlouis and @itsharleensethi who are incredible

A post shared by Varun Dhawan (@varundvn) on

ଭିଡିଓଟିକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଏଠାରେ ବରୁଣଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଖୁବ ବରୁଣ କଳଙ୍କ ଫିଲ୍ମରେ ନଜର ଆସିବେ । ଯେଉଁଥି ପାଇଁ ସେ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ସେହିଭଳି ବିକି କୌଶଲ ତଖ୍ତ ଫିଲ୍ମରେ ନଜର ଆସିବେ । ଶୁଣିବାକୁ ମିଳୁଛି ଯେ ବିକି କୌଶଲଙ୍କର ଭୂମି ପେଡନେକରଙ୍କ ଆଡକୁ କ୍ଲୋଜନେଓ ବଢିବାକୁ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More