ଆଲିୟା ଭଟ୍ଟ ଥରକରେ ଉଠାଇଲେ ୭୦କିଲୋ ଓଜନ, ଜିମ ଟ୍ରେନର ମଧ୍ୟ ହୋଇଗଲେ ଆଶ୍ଚର୍ଯ୍ୟ !
ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଖାପାଖି ସମସ୍ତ କଳାକାର ଜିମରେ ଝାଳ ବୁହା ପରିଶ୍ରମ କରି ନିଜକୁ ଫିଟ ରଖିଥାଆନ୍ତି । କିନ୍ତୁ ଏମାନଙ୍କ ମଧ୍ୟରୁ କେହି କେହି ଛୋଟ ବେଳରୁ କିଛି ନା କିଛି ସ୍ପୋର୍ଟସ ଆକ୍ଟିଭିଟିରେ ଭାଗ ନେଇ ଆସିଛନ୍ତି ଏବଂ କେହି କେହି ଏଭଳି ମଧ୍ୟ ଅଛନ୍ତି ପ୍ରଥମ ଥର ଜିମରେ କସରତ କରିଥାଆନ୍ତି । ବ୍ରହ୍ମାସ୍ତ୍ର ଅଭିନେତ୍ରୀ ଆଲିୟା ଭଟ୍ଟ ଏମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ମାତ୍ର ଏବେ ସେ ସଂପୂର୍ଣ୍ଣ ଭାବେ ସ୍ପୋର୍ଟ୍ସ ଗର୍ଲ ପାଲଟିଗଲେଣି ।
ଆପଣ ଯଦି ଭାବୁଥିବେ ଆମେ ଆପଣଙ୍କୁ ଏଭଳି କାହିଁକି କହୁଛୁ ତେବେ ଏଠାରେ ଆମେ କହି ରଖୁଛୁ ଯେ ଆଲିୟା ଭଟ୍ଟଙ୍କ ଏକ ଭିଡିଓ ଇଂଟରନେଟରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ୭୦କିଲୋ ଓଜନ ଉଠାଉଥିବାର ନଜର ଆସିଛନ୍ତି । ଜିମ ଟ୍ରେନର ଏହି ଭିଡିଓରେ ଜଣାଇଛନ୍ତି ଯେ ଆଲିୟା ଭଟ୍ଟ କିଛି ଦିନ ପୂର୍ବରୁ କମ ଓଜନ ଉଠାଉଥିଲେ ମାତ୍ର ନିଜ କଡା ପରିଶ୍ରମ ବଳରେ ସେ ଆଜି ୭୦କିଲୋ ଓଜନ ଉଠାଇ ପାରିଛନ୍ତି ।