Only for Entertainment

ମ୍ୟୁଜିକ ଭିଡ଼ିଓରେ ପାଦ ଦେଲେ ଯାତ୍ରା କଳାକାର ବିନୋଦ ।

youtube
24

ଯାତ୍ରା ଜଗତର ସୁପର୍ଷ୍ଟାର୍ ଭାବେ ପରିଚିତ ଅଭିନେତା ବିନୋଦଙ୍କ ରୋମାଂଟିକ୍ ଅନ୍ଦାଜ ଦେଖିବାକୁ ମିଳିଛି ଏକ ମ୍ୟୁଜିକ୍ ଭିଡିଓରେ । ନିଜ ହୋମ୍ ପ୍ରଡକ୍ସନ୍ରେ ବିନୋଦ ପ୍ରସ୍ତୁତ କରିଛନ୍ତି ଏହି ମ୍ୟୁଜିକ୍ ଭିଡିଓ । ଯାହାର ଟାଇଟେଲ୍ ରହିଛି ‘ବସ୍ ତୁ ହି ତୁ’ । ୟୁଟୁବ୍ ଚ୍ୟାନେଲ୍ ସିଲ୍କ ମ୍ୟୁଜିକ୍ରେ ଏହି ଗୀତଟିକୁ ରିଲିଜ୍ କରାଯାଇଛି । ସୋସିଆଲ୍ ମିଡିଆରେ ଏହି ଗୀତକୁ ଶ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

 

ଗୀତରେ ନାୟକ ଭାବେ ନିଜେ ବିନୋଦ ଅଭିନୟ କରିଥିବାବେଳେ ତାଙ୍କ ସହ ନାୟିକା ଭାବେ ବଙ୍ଗୀୟ ସୁନ୍ଦରୀ ଅମ୍ରିତା ହଳଧରଙ୍କୁ ଦେଖିବାକୁ ମିଳିଛି । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ବୈଦନାଥ ଦାସ । ଗୀତରେ ଲିରିକ୍ସ ଦେଇଛନ୍ତି ଅରୁଣ ମନ୍ତ୍ରୀ । ଆଉ ଏହି ଗୀତରେ ପପୁଲାର୍ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ଆକର୍ଷଣୀୟ ଗାୟିକି ଶୁଣିବାକୁ ମିଳିଛି । ଏହି ମ୍ୟୁଜିକାଲ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଚନ୍ଦନ । ବିୟୁଟିଫୁଲ୍ ଲୋକେସନ ସହ ନାୟକ- ନାୟିକାଙ୍କ ରୋମାନ୍ସ ଏହି ଗୀତକୁ କରିଛି ଆହୁରି ମନଲୋଭା । ବିନୋଦ ଓ ବେବିନା ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓକୁ ଶ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More