Only for Entertainment

କୁକୁଡା ଲଢେଇ ଭାଙ୍ଗିବାକୁ ଚେଷ୍ଟା କରୁଛି କୁକୁର, ଦେଖନ୍ତୁ ଭାଇରାଲ ଭିଡିଓ !

jagran
36

କଥାରେ ଅଛି ଦୁଇଜଣଙ୍କ କଳିରେ ତୃତୀୟ ଜଣ ପ୍ରବେଶ କରିବା ଅନୁଚିତ। ଏହି କଥା ହୁଏତ ମଣିଷମାନଙ୍କ ଉପରେ ଲାଗୁ ହୋଇପାରେ କିନ୍ତୁ ପଶୁମାନଙ୍କ କ୍ଷେତ୍ରରେ ନୁହେଁ । କୋଏମ୍ବାଟୁରରେ ଏମିତି ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କୋଏମ୍ବାଟୁର ଠାରେ ଦୁଇ ଜଣ କୁକୁଡା ଲଢେଇ କରୁଥିବା ସମୟରେ ଏକ କୁକୁର ପଶି ଆସିଛି। ଏହା ପରେ କୁକୁରଟି ଯାହା କରିଥିଲା, ତାହା ଏବେ ସୋସିଆଲ ମିଡିଆରେ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି କୋଏମ୍ବାଟୁର ଅଞ୍ଚଳ ନିବାସୀ ମୁରଲିଧରନଙ୍କ ଘରର ଅଟେ । ସେ କୁକୁଡା, କୁକୁରଙ୍କ ବ୍ୟତୀତ ଠେକୁଆ ଏବଂ ବିଲେଇ ମଧ୍ୟ ପୋଷିଛନ୍ତି । ଏହି ଭିଡିଓଟିକୁ ମଧ୍ୟ ସେ ହିଁ ରେକର୍ଡ କରିଛନ୍ତି ।

ଭିଡିଓରେ ଦେଖାଯାଉଛି ଯେ, ଦୁଇଟି କୁକଡା ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି । ଏହାରି ମଧ୍ୟରେ ଏକ କଳା ରଙ୍ଗର କୁକୁର ସେଠାରେ ଆସି ମସ୍ତି କରିବାରେ ଲାଗୁଛି । ପ୍ରଥମେ କୁକୁରଟି ସେହି ଲଢେଇର ମଜା ନେବା ଭଳି ଜଣାପଡୁଛି । ଏହା ପରେ ସେ ଲଢେଇର ଗମ୍ଭୀରତାକୁ ବୁଝିବା ସହ ଦୁଇ ଜଣଙ୍କ ଲଢେଇର ଅନ୍ତ କରିବାକୁ ଚେଷ୍ଟା କରୁଛି କିନ୍ତୁ ଅନେକ ସମୟ ଧରି ଅନେକ ଚେଷ୍ଟା କରିବା ଫଳରେ ମଧ୍ୟ ସେ ତାଙ୍କ ଲଢେଇ ବନ୍ଦ କରିପାରୁନାହିଁ କିନ୍ତୁ କୁକୁରଟିର ଏହି ଚେଷ୍ଟା ଲୋକମାନଙ୍କ ହୃଦୟକୁ ଛୁଇଁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More