Only for Entertainment

ରିଲିଜ ହେଲା ଫିଲ୍ମ ‘କୁଇନ’ର ଆଉ ଏକ ନୂଆ ଗୀତ ‘ସବୁ ସହି ଯାଏ’, ଦେଖିବାକୁ ମିଳିଲା ବର୍ଷା-ଜୟଜୀତଙ୍କ ଇମୋସନାଲ ବଣ୍ଡିଂ

you tube
130

ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଗାମୀ ଫିଲ୍ମ ମକର ସଂକ୍ରାନ୍ତି ଅର୍ଥାତ ୧୫ ଜାନୁଆରୀରେ ରିଲିଜ ହେବାକୁ ଥିବା ବେଳେ ମେକର୍ସ ଫିଲ୍ମର ଆଉ ଏକ ନୂଆ ଗୀତକୁ ରିଲିଜ କରିଛନ୍ତି । ଏହି ନୂଆ ଗୀତର ଟାଇଟଲ ରହିଛି ‘ସବୁ ସହି ଯାଏ’ । ଗୀତରେ ସ୍ୱାମୀ ପାଇଁ ସ୍ତ୍ରୀର କତ୍ତ ର୍ବ୍ୟ ଦେଖିବାକୁ ମିଳିଛି ।

ଗୀତରେ ବର୍ଷା ପ୍ରିୟଦର୍ଶିନୀ ଓ ଜୟଜୀତଙ୍କ ମଧ୍ୟରେ ଇମୋସନାଲ ବଣ୍ଟିଂ ଦେଖିବାକୁ ମିଳିଛି । ଗୀତରେ ହ୍ୟୁମାନ ସାଗର ଭଏସ ଦେଇଥିବା ବେଳେ ମ୍ୟୁଜିକ ଦେଇଛନ୍ତି ମଳୟ ମିଶ୍ର । ଗୀତର ଲିରିକ୍ସ ଲେଖିଛନ୍ତି ଅରୁଣ ମନ୍ତ୍ରୀ । ଏହା ପୂର୍ବରୁ ଫିଲ୍ମର କିଛି ଗୀତ ଏବଂ ଟ୍ରେଲର ରିଲିଜ ହୋଇଛି ଏହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।

କହିରଖୁଛୁ ଯେ, ଫିଲ୍ମରେ ପ୍ରଥମ ଥର ପାଇଁ ବର୍ଷା ପ୍ରିୟଦର୍ଶିନୀ ଏବଂ ଜୟଜୀତ ଦାସଙ୍କ କେମେଷ୍ଟ୍ରୀ ପରଦାରେ ଦେଖିବାକୁ ମିଳିବ । ଫିଲ୍ମ ୧୫ ଜାନୁଆରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More