Only for Entertainment

ଅରମାନ ଜୈନଙ୍କ ରିସେପସନରେ ଧୂମ ନାଚିଲେ ବଲିଉଡ ତାରକା

111

ଅରମାନ ଜୈନ ନିଜ ଲମ୍ବା ସମୟ ଧରି ଥିବା ଗର୍ଲଫ୍ରେଣ୍ଡ ଅନିସା ମଲହୋତ୍ରାଙ୍କ ସହ ୩ଫେବୃୟାରୀରେ ବିବାହ କରିଛନ୍ତି । ଏହି ଗ୍ରାଣ୍ଡ ବିବାହ ପରେ ରିସେପସନରେ ଅନେକ କଳାକାରଙ୍କ ଭିଡ ଜମିଥିଲା । ଯେତେବେଳେ ଭେନ୍ୟୁରେ ଦୁହେଁ ଏକାଠି ପହଂଚିଥିଲେ ଲୋକଙ୍କ ନଜର ତାଙ୍କ ଉପରେ ଅଟକି ଯାଇଥିଲା । ଅରମାନ, ଋଷି କପୂର ଏବଂ ରଣଧୀର କପୂରଙ୍କ ଭଉଣୀ ରୀମା ଜୈନଙ୍କ ପୁଅ ଏବଂ ରଣବୀର-କରୀନାଙ୍କ ସମ୍ପର୍କୀୟ ଅଟନ୍ତି ।

ଏହି ବିବାହ ଏବଂ ରିସେପସନରେ କପୂର ପରିବାର ବ୍ୟତୀତ ବଲିଉଡ କଳାକାର ମଧ୍ୟ ନଜର ଆସିଥିଲେ । ବଡ ବଡ କଳାକାର ରେଖା, ଅମିତାଭ ବଚ୍ଚନଙ୍କ ପରିବାର, କିଆରା ଆଡଭାଣୀ, ଶାହରୁଖ, ଆଲିୟା ଭଟ୍ଟ ମଧ୍ୟ ସାମିଲ ହୋଇଥିଲେ । ଫଙ୍କସନରେ କଳାକାର ଖୁବ ମସ୍ତି କରିବା ସହ ଡାନ୍ସ କରି ମାହୋଲକୁ ରଙ୍ଗୀନ କରିଥିଲେ । ଶାହରୁଖ ଖାନ ମଧ୍ୟ ନିଜ ପତ୍ନୀ ଗୌରୀଙ୍କ ସହ ଏକ ଡାନ୍ସ ପରଫର୍ମାନ୍ସ ଦେଇଥିଲେ ଯାହା ଦର୍ଶକଙ୍କ ହୃଦୟ କିଣି ନେଇଥିଲା । ଏହି ଡାନ୍ସ ପରଫର୍ମାନ୍ସରେ ଶାହରୁଖ ଏବଂ ଗୌରୀଙ୍କ ଭଲ ପାଇବା ଏବଂ ବଣ୍ଡିଂ ମଧ୍ୟ ଦେଖିବାକୁ ମିଳିଥିଲା । ଦେଖନ୍ତୁ ପରଫର୍ମାନ୍ସ ଭିଡିଓ-

 

View this post on Instagram

 

Epic! #ShahRukhKhan and #GauriKhan flaunted their moves at #ArmaanJain and #AnissaMalhotra’s wedding reception last night.

A post shared by Filmfare (@filmfare) on

କେବଳ ଶାହରୁଖ ହିଁ ହୁଅନ୍ତି କରଣ ଜୋହର କରୀନା କପୂର ଏବଂ କରୀଷ୍ମା କପୂର ମଧ୍ୟ ଡାନ୍ସ କରିଥିଲେ । ଦେଖନ୍ତୁ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More