Only for Entertainment

ବସଷ୍ଟାଣ୍ଡରେ ମହିଳାଙ୍କ ସହିତ ଯାହା ଘଟିଲା, ତାହା ଆଖିରେ ନଦେଖିଲେ ବିଶ୍ୱାସ ହେବନି ।

punjabkesari
4,650

ମଣ୍ଡି ବସଷ୍ଟାଣ୍ଡରେ ଜଣେ ମହିଳାଙ୍କ ଦ୍ୱାରା ଦୁଇ ପୁରୁଷ ମାଡ଼ ଖାଉଥିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭାଇରାଲ ଭିଡ଼ିଓରେ ମହିଳା ଜଣକ ଦୁଇ ପୁରୁଷଙ୍କୁ ବାରମ୍ବାର ମାଡ଼ ମାରି ଚାଲିଥିବା ନଜର ଆସିଛି । ଭିଡ଼ିଓ କେବେ କ୍ଲିକ ହୋଇଥିଲା ଏବଂ କିଏ ଏହାକୁ ସୁଟ କରିଥିଲା ତାହାର ମଧ୍ୟ କୌଣସି ସୂଚନା ନାହିଁ । ଭିଡ଼ିଓରେ ଜଣେ ପରୁଷ କହୁଛି, ମୁଁ କ’ଣ କରିଛି? ଭିଡ଼ିଓର ଅଡ଼ିଓ ଶୁଣି ଜଣାପଡ଼ୁଛି ମହିଳା ଜଣଙ୍କୁ ଦୁଇ ପୁରୁଷ ପିଛା କରୁଥିଲେ । ମହିଳା ସାହସର ସହିତ ଚୁପଚାପ ରାସ୍ତାରେ ଚାଲିବାକୁ ଲାଗିଲେ । କିନ୍ତୁ ବସଷ୍ଟାଣ୍ଡରେ ପହଂଚି ଯିବା ମାତ୍ରେ ମହିଳା ଜଣକ ଆରମ୍ଭ କରିଦେଲେ ଛାନଭିନ । ଜାଣିବାକୁ ଚାହିଁଲେ କାହିଁକି ସେମାନେ ପିଛା କରୁଥିଲେ । ଏହି ମଧ୍ୟରେ ଜଣେ ବ୍ୟକ୍ତି ମହିଳାଙ୍କୁ ପୋଲିସକୁ ଯୋଗାଯୋଗ କରିବାକୁ କହୁଛନ୍ତି । ଏହି ହଙ୍ଗାମାରେ ବସ ଷ୍ଟାଣ୍ଡରେ ଭିଡ଼ ଜମି ଯାଉଛି । ଚାପୁଡ଼ା ଖାଇବାରୁ ଦୁଇ ପୁରୁଷଙ୍କ ମଧ୍ୟରୁ ଜଣେ କହୁଛି ସବୁ ଲୋକ ଦେଖୁଛନ୍ତି । ତା’ ପରେ କହୁଛି ସେ ମୋ ପତ୍ନୀ । କିନ୍ତୁ ମହିଳା ଜଣକ ଏହି କଥାକୁ ସମ୍ପୂର୍ଣ୍ଣ ଭାବରେ ମନା କରୁଛନ୍ତି । ଭିଡ଼ିଓରେ ମହିଳା ଅଧିକ ପ୍ରତିକ୍ରିୟା ଦେଖାଇବାରୁ ସେହି ଦୁଇ ପୁରୁଷ ସେଠାରୁ ଖସି ଚାଲି ଯାଇଥିବାର ନଜର ଆସିଛି ।

 

ଏହି ଭିଡ଼ିଓ ଦେଖିବା ପରେ ସମସ୍ତେ ମହିଳାଙ୍କର ପ୍ରଶଂସା କରୁଛନ୍ତି । କିନ୍ତୁ ଭିଡ଼ିଓ ଦେଖି ଏହା ଜଣାପଡ଼ୁନାହିଁଯେ ଉଭୟ ମହିଳା ଏବଂ ପୁରୁଷ ପରସ୍ପରକୁ ଜାଣିଥିଲେ ନା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More