Only for Entertainment

କୁନି ଝିଅର ମଥାରେ ଚୁମ୍ବନ ଦେଉଛି ଅଜଗର, ଭାଇରାଲ୍‌ ହେଉଛି ଭିଡିଓ !

65

ସାପକୁ କିଏ ବା ଭୟ ନ କରେ ! ତାହା ପୁଣି କୌଣସି ସାଧାରଣ ସାପ ନୁହେଁ, ଅଜଗର। ମାତ୍ର ଏହି ସାପମାନେ ଯେ ସବୁବେଳେ ଯେ ହିଂସ୍ର ନୁହନ୍ତି ତାହା ଆପଣ ଏହି ଭିଡିଓଟିକୁ ଦେଖି ଜାଣିପାରିବେ।

ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଅଜଗରଟି କୁନି ଝିଅର ମଥାରେ ଚୁମ୍ବନ ଦେଉଛି। କୁନି ଝିଅଟି ମଧ୍ୟ ସାପଟି ସହ ଖୁବ୍‌ ଖୁସିର ସହ ଖେଳିବାରେ ଲାଗିଛି।

ଏହି ଭିଡିଓଟିର ଏବେ ସୁଦ୍ଧା ୩ ମିଲିୟନ୍‌ ଭିୟୁ ହୋଇ ସାରିଲାଣି। ୨୯ ହଜାର ଲୋକ ଏହାକୁ ଲାଇକ୍‌ କରିଥିବା ବେଳେ ୮ ହଜାର ଥର ଏହା ରି-ଟ୍ଵିଟ୍‌ ହୋଇ ସାରିଲାଣି।

ଭିଡିଓଟିକୁ ନେଇ ଅନେକ ଟ୍ଵିଟରିୟାନ ମଜା ମଜା ଟ୍ଵିଟ୍‌ ସବୁ କରିଛନ୍ତି। କେହି କେହି ଏହାକୁ ସାପଟି ତା’ ଭୋଜନ ପୂର୍ବରୁ ଖାଦ୍ୟ ଚାଖୁଚି ବୋଲି ଲେଖିଥିବା ବେଳେ ଆଉ କେହି ଏହି ଭିିଡିଓର ଶେଷ ଦୃଶ୍ୟ ଦେଖିବାକୁ ମନ ବଳେଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More