Only for Entertainment

ଜୟଲଳିତାଙ୍କ ଚରିତ୍ରରେ ନଜର ଆସିବେ ବିଦ୍ୟା ବାଲନ, ଖୁବଶୀଘ୍ର ହୋଇପାରେ ଫିଲ୍ମର ଘୋଷଣା ।

Mumbai Live
0 24

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନଙ୍କୁ ଖୁବ ଶୀଘ୍ର ଦିବଙ୍ଗତ ଅଭିନେତ୍ରୀ ତଥା ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେଦେଖିବାକୁ ମିଳିବ । ଶୁଣିବାକୁ ମିଳୁଛି ଯେ ଜୟଲଳିତାଙ୍କ ଉପରେ ଦୁଇଟି ପ୍ରଡକ୍ସନ କମ୍ପାନୀ ଫିଲ୍ମ ନିର୍ମାଣ କରିବାକୁ ଯାଉଛି । ପ୍ରଥମ କମ୍ପାନୀ ବେବରୀ ମିଡିଆ ଯେଉଁ ବାୟୋପିକ ନିର୍ମାଣ କରିବାକୁ ଯାଉଛି ତାହା ତାମିଲ, ତେଲଗୁ ଏବଂ ହିନ୍ଦୀ ଭାଷାରେ ରିଲିଜ କରାଯିବ । କହିରଖୁଛୁ ଯେ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ତାମିଲ ନିର୍ଦ୍ଦେଶକ ଏ.ଏଲ.ବ୍ୟାସ ।

ବେବରୀ ମିଡିଆ ର ନିର୍ଦ୍ଦେଶକ ବିନ୍ଦ୍ରା ପ୍ରସାଦ ଅଦୁସୁମିଲ୍ଲୀଙ୍କ କହିବା ଅନୁସାରେ ଏହି ଫିଲ୍ମ ଜୟଲଳିତାଙ୍କ ଅଭିନୟ ଏବଂ ରାଜନୈତିକ କ୍ୟାରିୟର ପ୍ରତି ଏକ ଶ୍ରଦ୍ଧାଞ୍ଜଳୀ ହେବ । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଆଗାମୀ ବର୍ଷ ଫେବୃୟାରୀ ୨୪ ଅର୍ଥାତ ଜୟଲଳିତାଙ୍କ ଜନ୍ମଦିନରେ ଫିଲ୍ମର ଫାଷ୍ଟ ପୋଷ୍ଟର ଜାରି କରାଯିବ ।

ତେବେ ସବୁଠାରୁ ବଡ କଥା ହେଉଛି ଫିଲ୍ମରେ ଜୟଲଳିତାଙ୍କ ଭୂମିକାରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନଙ୍କୁ ଦେଖିବାକୁ ମିଳିବ । ଏହା ବ୍ୟତିତ ଚେତ୍ରଇର ପେପରଟେଲ ପିକଚର୍ସ ମଧ୍ୟ ଜୟଲଳିତାଙ୍କ ଉପରେ ଫିଲ୍ମ ନିର୍ମାଣ କରିବାକୁ ନେଇ ଘୋଷଣା କରିଛନ୍ତି । ଫିଲ୍ମର ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଏହା ମୋର ଡେବ୍ୟୁ ଫିଲ୍ମ ହେବ । ମୁଁ ଚାହୁଁଛି ଜୟଲଳିତାଙ୍କ ପରି ନେତ୍ରୀଙ୍କ ଉପରେ ଫିଲ୍ମ ନିର୍ମାଣ କରିବା ପାଇଁ । ଏହାର ଷ୍ଟାରକାଷ୍ଟର ଘୋଷଣା ୨୦ ସେପ୍ଟେମ୍ବରରେ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More