Only for Entertainment

ଭାଇରାଲ ହେଉଛି ବିଦ୍ୟା ବାଲାନଙ୍କ କାନ୍ଦୁଥିବାର ଏହି ଭିଡ଼ିଓ ।

bollywood tadka
29

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କବଡି ସେମିଂକୁ ନେଇ କୁହାଯାଇଥିବା ଏକ କଥାକୁ ନେଇ ଭିଡ଼ିଓ ଭାଇରାଲ ହେଉଛି । ଏହି ଭିଡ଼ିଓର ନାମ ‘ଲେଟସ ଟକ ଆବାଉଓ ବଢି ସେମିଂ’ । ଭିଡ଼ିଓର ଆରମ୍ଭରେ ହସୁଥିବା ବିଦ୍ୟା ହଠାତ କାନ୍ଦି ପକାଉଛନ୍ତି । ବିଦ୍ୟା ଭିଡ଼ିଓରେ ଏକ ର‌୍ୟାପ ଜରିଆରେ କଥା କହିବାକୁ ଚେଷ୍ଟା କରୁଛନ୍ତି ।

ଭିଡ଼ିଓରେ ବିଦ୍ୟା ବାଲାନ ପ୍ରତ୍ୟେକଙ୍କୁ ଏହି ବାର୍ତ୍ତା ଦେବାକୁ ଚାହୁଁଛନ୍ତିଯେ କାହାକୁ ମଧ୍ୟ କହାର ଶରୀରକୁ ନେଇ ମୋଟା, ପତଳ. ଗେଡ଼ା,ଡେଙ୍ଗା ବା କିଛି ପ୍ରକାର ମନ୍ତବ୍ୟ ଦେବା ଅନୁଚିତ । କେବେ ଶରୀରର ଆକାର, ଆଖିର ଆକାର ଏବଂ ରଙ୍ଗ ଆଦିକୁ ନେଇ କେବେ କିଛି ଚିଡ଼ାଇବା ଭଳି କହିବା ନିହାତି ଲଜ୍ଜାଜନକ କଥା । ଏଭଳି କରିବା ଦ୍ୱାରା କାହାର ସେଲ୍ଫ କନଫିଡେନ୍ସକୁ କେତେ କଷ୍ଟ ପହଂଚେ କେହି ଅନୁମାନ କରିପାରିବେ ନାହିଁ । ପ୍ରତ୍ୟେକ ମଣିଷ ଭିନ୍ନ, ତେଣୁ ସମସ୍ତେଖାସ ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ବିଦ୍ୟା ବାଲାନ ଖୁବଶୀଘ୍ର ମ୍ୟାଥମେଟିକ୍ସ ଜିନିୟସ ଶକୁନ୍ତଳା ଦେବୀଙ୍କ ବାୟୋପିକରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More