Only for Entertainment

ଅନୁରାଗ କଶ୍ୟପଙ୍କ ‘ଲୁଡୋ’ରେ ବିଦ୍ୟାବଲାନ ତୁଲାଇବେ ଏଭଳି ଭୂମିକା !

28

ବଲିଉଡ ଅଭିନେତ୍ରୀ ବିଦ୍ୟାବାଲନ ଏବେ ଫିଲ୍ମରେ ଖୁବ କମ ନଜର ଆସୁଛନ୍ତି । କିନ୍ତୁ ସେ ଭଲ ସ୍କ୍ରିପ୍ଟ ପାଇଁ ଖୁବ ଅପେକ୍ଷା କରନ୍ତି , କାରଣ ସେ ଚାହାନ୍ତି ତାଙ୍କ ଭୂମିକା ଦମଦାର ହେଉ । ଏହାସହ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ବିଦ୍ୟାବାଲନଙ୍କୁ ଆଉ ଏକ ଫିଲ୍ମ ମିଳିସାରିଛି । ଫିଲ୍ମମେକର ଅନୁରାଗ ବାସୁ ୨୦୦୭ର ହିଟ ଫିଲ୍ମ ଲାଇଫ ଇନ ଏ ମେଟ୍ରୋର ସିକ୍ୱେଲ ନେଇ ଆସୁଛନ୍ତି । ଏହାବିଷୟରେ ଅନେକ ସମୟ ହେବ ଚର୍ଚ୍ଚା ରହିଥିଲା । ଲାଇଫ ଇନ ଏ ମେଟ୍ରୋକୁ ନେଇ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମ ପାଇଁ ଟିମ ଏକ ସାଧାରଣ ଏବଂ ଆକର୍ଶଣୀୟ ନାଁ ବାଛିଛି ।

ଅସଲରେ ଅନୁରାଗ ବାସୁଙ୍କ ଏହି ଫିଲ୍ମ ଚାରୋଟି କାହାଣୀର ସଙ୍କଳନ ଅଟେ । ଏହି ଫିଲ୍ମରେ ରାଜକୁମାର ରାଓ, ଆଦିତ୍ୟ ରାୟ କପୂର, ଫାତିମା ସନା ଶେଖ, ସାନ୍ୟା ମଲୋହୋତ୍ରା. ଅଭିଶେକ ବଚ୍ଚନ ନିଜ ନିଜ କାହାଣୀର ମୁଖ୍ୟ ଭୂମିକାରେ ନଜର ଆସିବେ । ରିପୋର୍ଟ ମୁତାବକ ବିଦ୍ୟା ବଲାନ ଏହି ଫିଲ୍ମରେ ବିଶେଷ ଭୂମିକାରେ ନଜର ଆସିବେ । ଏହା ତାଙ୍କର ଏକ ଭୂମିକା କାମିଓ ରୋଲ ରହିବ । କିନ୍ତୁ କିଭଳି ଭୂମିକା ତୁଲାଇବେ ଏହା ଏପର୍ଯ୍ୟନ୍ତ ଖୁଲାସା ହୋଇନାହିଁ ।

ଅସଲରେ ବିଦ୍ୟା ଅନୁରାଗଙ୍କୁ ବହୁତ ବର୍ଷ ହେବ ଜାଣିଛନ୍ତି । ଏହିକାରଣରୁ ଅନୁରାଗ ତାଙ୍କ ଫିଲ୍ମ ବିଷୟରେ କହିବାକୁ ସେ ତୁରନ୍ତ ରାଜି ହୋଇଯାଇଥିଲେ ।କିଛି ଦିନ ମଧ୍ୟରେ ତାଙ୍କର ଫିଲ୍ମ ପାର୍ଟ ପୁଟ ହେବ । ଏହାବ୍ୟତୀତ ସେ ‘ମିଶନ ମଙ୍ଗଳ’ରେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଯାହାପରେ ସେ ଶକୁନ୍ତଳା ଦେବୀଙ୍କ ବାୟୋପିକ ସୁଟିଂ ମଧ୍ୟ ଆରମ୍ଭ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More