Only for Entertainment

ଶକୁନ୍ତଳା ଦେବୀ ଟିଜର ରିଲିଜ, ଫାଷ୍ଟ ଲୁକରେ ଦେଖିବାକୁ ମିଳିଲା ବିଦ୍ୟା ବାଲନଙ୍କ ଭିନ୍ନ ଅନ୍ଦାଜ !

29

ମିଶନ ମଙ୍ଗଳ ଭଳି ହିଟ ଫିଲ୍ମ ଦେବା ପରେ ଅଭିନେତ୍ରୀ ବିଦ୍ୟା ବଲାନ ଏକ ନୂଆ ଫିଲ୍ମର ପ୍ରସ୍ତୁତିରେ ଲାଗିପଡିଛନ୍ତି । ଗଣିତର ଜାଦୁଗର ଶକୁନ୍ତଳା ଦେବୀଙ୍କ ଉପରେ ଫିଲ୍ମ ଟିଜର ଏବଂ ଫାଷ୍ଟ ଲୁକ ରିଲିଜ ହୋଇଛି । ବିଦ୍ୟାବଲାନ ନିଜ ଟ୍ୱିଟର ଅକାଉଂଟରେ ଫିଲ୍ମର ଟିଜର ଶେୟାର କରିଛନ୍ତି । ଟିଜରରେ ଶକୁନ୍ତଳା ଦେବୀଙ୍କ ପରିଚୟ ଦିଆଯାଇଛି । ଏହାସହ ତାଙ୍କର ଗୁଣର ପରିଚୟ ମଧ୍ୟ ଦିଆଯାଇଛି ।

ଏପରି ତ ଫିଲ୍ମରେ ବିଦ୍ୟାଙ୍କୁ ଅଧିକାଂଶ ଶାଢୀ, ଡ୍ରେସ ଏବଂ ସଲୱାର ସୁଟରେ ନଜର ଆସିଥାଆନ୍ତି । ଏଥିରେ ବିଦ୍ୟା ଭିନ୍ନ ନଜର ଆସିଛନ୍ତି । ବବ ହେୟାରକଟ ଏବଂ ଶାଢୀରେ ବିଦ୍ୟା କିଛି ମାତ୍ରାରେ ଶଙ୍କୁନ୍ତଳା ଦେବୀଙ୍କ ଭଳି ନଜର ଆସିଛନ୍ତି । ଏହାପୂର୍ବରୁ ବିଦ୍ୟା ଅଧିକତଃ ଲମ୍ବା କେଶରେ ନଜର ଆସନ୍ତି ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ଶକୁନ୍ତଳା ଦେବୀ ଭାରତୀୟ ଲେଖିକା ଏବଂ ମେଂଟାଲ କ୍ୟାଲକୁଲେଟର ଥିଲେ । ମସ୍ତିଷ୍କରେ ହିଁ ଅଦ୍ଭୁତ ଭାବେ ଗଣନା କ୍ଷମତା କାରଣରୁ ହ୍ୟୁମାନ କମ୍ପ୍ୟୁଟର ନା’ରେ ପ୍ରସିଦ୍ଦ ସେ ଥିଲେ । ଗିନୀଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ମଧ୍ୟ ତାଙ୍କ ନାଁ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More