Only for Entertainment

ବିଦ୍ୟାବାଲନ କଲେ ଖୁଲାସା, ଇନ୍ଦିରା ଗାନ୍ଧୀଙ୍କ ବାୟୋପିକରେ ଆସିବେ ନଜର !

34

ବଲିଉଡ ଅଭିନେତ୍ରୀ ବିଦ୍ୟାବଲାନ କିଛି ଦିନ ହେବ ଖୁବ ଚର୍ଚ୍ଚାରେ ରହିଛନ୍ତି । ନିଜ ଅଭିନୟର ଜଲୱା ଦେଖାଇ ଧମାଲ ମଚାଉଥିବା ବିଦ୍ୟାବଲାନଙ୍କୁ ଖବର ଶୁଣିବାକୁ ମିଳିଥିଲା ଯେ ଖୁବ ଶୀଘ୍ର ସେ କୌଣସି ବାୟୋପିକରେ ନଜର ଆସିବେ ବୋଲି । ତେବେ ଏହି ପ୍ରଶ୍ନ ଉପରେ ବିଦ୍ୟା ସ୍ପଷ୍ଟ କରିଛନ୍ତି ଯେ ଖୁବ ଶୀଘ୍ର ସେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ବାୟୋପିକରେ ନଜର ଆସିବେ । ମୁମ୍ବାଇ ପ୍ରଥମ କ୍ରିଟିକ ଚୟନ ଆୱାର୍ଡ’ର ଘୋଷଣାରେ ସାମିଲ ହୋଇଥିଲେ ବିଦ୍ୟା , ସେଠାରେ ଏହି ପ୍ରଶ୍ନ ପଚରାଯିବାରୁ ସେ ନିଜ ମନ୍ତବ୍ୟ ରଖିଥିଲେ ।

ବିଦ୍ୟା କହିଥିଲେ ଯେ ଅସଲରେ ସେ କୌଣସି ବାୟୋପିକ ଫିଲ୍ମରେ ନଜର ଆସିବେ ନାହିଁ ବରଂ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆଧାରିତ ଏକ ୱେବ ଶୋ’ରେ ନଜର ଆସିବେ ଏବଂ ଲମ୍ବା ସମୟ ଧରି ଏ ସମ୍ପର୍କରେ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ଏବେ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ଏହି ବିଷୟରେ କାମ କରିବାକୁ ତାଙ୍କୁ ଆହୁରୀ ସମୟ ଲାଗିବ ।

ସେହିଭଳି ସେ ଫିଲ୍ମ ଆୱାର୍ଡ ବିଷୟରେ ପୁଣି ଥରେ କହିଥିଲେ ଯେ ଯେତେବେଳେ ଭୁଲ ଭୁଲୈୟା ଫିଲ୍ମରେ ତାଙ୍କ ଅଭିନୟ ପାଇଁ ପ୍ରଶଂସା କରାଯାଇଥିଲା କିନ୍ତୁ ତାଙ୍କୁ କୌଣସି ଆୱାର୍ଡ ମିଳି ନଥିଲା । ଏହା ତାଙ୍କ ମନରେ ବହୁତ ଆଘାତ ଦେଇଥିଲା କାରଣ ଏତେ ପ୍ରଶଂସା ପରେ ମଧ୍ୟ ତାଙ୍କୁ ଆୱାର୍ଡ ମିଳିନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More