Only for Entertainment

୨୦୧୮ରେ ମୃତ୍ୟୁ ହୋଇଥିବା ବାଘୁଣୀ ଅବନୀ’ର ମୃତ୍ୟୁ ଉପରେ ପ୍ରସ୍ତୁତ ହେବାକୁ ଯାଉଛି ଫିଲ୍ମ, ଏହି ଅଭିନେତ୍ରୀ ତୁଲାଇବେ ମୁଖ୍ୟ ଭୂମିକା !

38

ବିଦ୍ୟା ବାଲନ ଖୁବଶୀଘ୍ର ଫିଲ୍ମ ‘ଶକୁନ୍ତଳା ଦେବୀ’ରେ ନଜର ଆସିବେ । ଏହାସହ ସେ ଆଉ ଏକ ବଡ ପ୍ରୋଜେକ୍ଟ ପାଇଁ ମଧ୍ୟ ସ୍ୱୀକୃତି ଦେଇଛନ୍ତି । ଖବର ମୁତାବକ ଅଭିନେତ୍ରୀ ଅବନୀ ନାମକ ବାଘୁଣୀ ଉପରେ ଆଧାରିତ ଏକ ଫିଲ୍ମରେ ଦସ୍ତଖତ କରିଛନ୍ତି । ଆଗାମୀ ଦୁଇ ମାସରେ ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଯାଉଛି ।

୨୦୧୮ରେ ଅବନୀ ନାମକ ବାଘୁଣୀକୁ ମାରିବା ପାଇଁ ହାଇକୋର୍ଟ ନିଷ୍ପତ୍ତି ନେଇଥିଲା କାରଣ ସେ ୧୩ଜଣ ବ୍ୟକ୍ତିଙ୍କୁ ମାରିଥିଲା । ମାତ୍ର ଏହି ବାଘୁଣୀର ମୃତ୍ୟୁ ପରେ ଅନେକ ଲୋକ ଏହାକୁ ନେଇ ଅନେକ ପ୍ରଶ୍ନ କରିଥିଲେ । କିଛି ଜଣ ଅବନୀର ମୃତ୍ୟୁଦଣ୍ଡଙ୍କୁ ବିରୋଧ କରିଥିଲେ ତ ଆଉ କିଛି ଜଣ ଏହି ନିଷ୍ପତ୍ତି କୁ ସର୍ପୋଟ କରିଥିଲେ ।
ଏହି ଫିଲ୍ମ ପାଇଁ ପ୍ରଯୋଜକ ଅନେକ ଦିନ ଧରି ମଜଭୂତ ଚେହେରାର ସନ୍ଧାନରେ ଥିଲେ, ଏବଂ ବିଦ୍ୟା ବାଲନଙ୍କ ଠାରୁ ଭଲ ଭୂମିକା କେହି ତୁଲାଇ ପାରିବେ ନାହିଁ । ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମରେ ସେ ସେହି ଜଙ୍ଗଲର ପୁଲିସ ଅଫିସର ଭୂମିକା ତୁଲାଇବେ ।
ବିଦ୍ୟାଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ‘ଶକୁନ୍ତଳା ଦେବୀ’ରେ ଅଭିନେତ୍ରୀ ଜଣେ ଗଣିତଜ୍ଞଙ୍କ ଭୂମିକା ତୁଲାଇଛନ୍ତି । ଏହି ଫିଲ୍ମକୁ ଅନୁ ମେନନ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଶକୁନ୍ତଳା ଦେବୀ’ ଚଳିତ ବର୍ଷ ୮ମେ’ରେ ସମସ୍ତ ସିନେମା ଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More