Only for Entertainment

ଏହି ଅଭିନେତ୍ରୀଙ୍କ ଚରିତ୍ରରେ ଅଭିନୟ କରିବାକୁ ଚାହୁଁଛନ୍ତି ବିଦ୍ୟା ବାଲାନ ।

21

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ନିଜ ଦମଦାର ଅଭିନୟ ପାଇଁ ବେଶ ଜଣାଶୁଣା । ତାଙ୍କର ପ୍ରତ୍ୟେକଟି ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଥାଏ । ବଲିଉଡକୁ ସୁପରହିଟ ଫିଲ୍ମ ଦେଇଥିବା ଅଭିନେତ୍ରୀଙ୍କ ମଧ୍ୟରେ ତାଙ୍କର ରହିଛି ଏକ ସୁନ୍ଦର ସ୍ଥାନ । ଏତେ ସବୁ ପରେ ମଧ୍ୟ ବିଦ୍ୟା ରୂପେଲି ପରଦାରେ ଶ୍ରୀଦେବୀଙ୍କ ଚରିତ୍ରରେ ଅଭିନୟ କରିବାକୁ ଚାହାଁନ୍ତି ।

ବାସ୍ତବରେ ଶ୍ରୀଦେବୀଙ୍କ ନିଧନ ପରେ ତାଙ୍କ ଉପରେ ବାୟୋପିକ ଫିଲ୍ମ ନିର୍ମାଣକୁ ନେଇ ଖୁବ ଚର୍ଚ୍ଚା ଚାଲିଛି । ଏବେ ବିଦ୍ୟାଙ୍କୁ ଏହି ଚରିତ୍ରରେ ରୋଲ କରିବାକୁ ନେଇ ପ୍ରଶ୍ନ କରାଯିବାରୁ ବିଦ୍ୟା କହିଲେ ହଁ ସେ ଶ୍ରୀଦେବୀଙ୍କ ବାୟୋପିକରେ ଅଭିନୟ କରିବାକୁ ପ୍ରସ୍ତୁତ । ଏଥିପାଇଁ ଖୁବ ସାହସର ଆବଶ୍ୟକତା ରହିଛି, କିନ୍ତୁ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଂଜଳି ସ୍ୱରୂପ ସେ ଏହାକୁ କରିପାରିବେ ।

ବିଦ୍ୟାଙ୍କୁ ଖୁବ ବୋଲ୍ଡ ସିନ କରୁଥିବାର ଦେଖିବାକୁ ମିଳିଛି । କିନ୍ତୁ ତାଙ୍କ ମତରେ ସେ ତାଙ୍କ ଜୀବନରେ ନିଜକୁ ଏକ ଗୁରୁତ୍ୱପୂର୍ଣ୍ଣ ମଣିଷ ଭାବନ୍ତି, ଏବଂ ତାଙ୍କୁ ଲାଗେଯେ ଏହା ପ୍ରାୟ ଭିନ୍ନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More