Only for Entertainment

ରିୟଲ ଲାଇଫରେ ରେଡିଓ ଜକି ହେବାକୁ ଯାଉଛନ୍ତି ବିଦ୍ୟା

Mumbai Live
26

ଲଗେ ରହୋ ମୁନ୍ନା ଭାଇ ଏବଂ ତୁହ୍ମାରି ସଲ୍ଲୁ ଫିଲ୍ମରେ ରେଡିଓ ଜକି ଭୂମିକା ସଫଳତାର ସହ ତୁଲାଇଥିବା ବିଦ୍ୟା ବାଲନ ଏବେ ରିୟଲ ଲାଇଫରେ ଏହି ଭୂମିକାକୁ ତୁଲାଇବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁସାରେ ଖୁବ୍‍ ଶୀଘ୍ର ବିଦ୍ୟା ନିଜର ଚାଟ୍‍ ଶୋ’ ଆରମ୍ଭ କରିବେ । ଏହି ଚାଟ୍‍ ଶୋ’ ପାଇଁ ଗତ କିଛିଦିନ ଧରି ବିଦ୍ୟା ରେଡିଓ ଷ୍ଟେସନ୍‍ ସହ ଆଲୋଚନା କରିଥିଲା ବେଳେ ଏବେ ଏହି ଶୋ’ ପାଇଁ ସାଇନ୍‍ କରିଛନ୍ତି । ଖୁବ୍‍ଶୀଘ୍ର ଏହାର ରେକର୍ଡିଂ ଆରମ୍ଭ ହେବ । ୩ ମାସ ପାଇଁ ପ୍ରଥମ ଚୁକ୍ତି ହୋଇଥିଲା ବେଳେ ଦର୍ଶକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପରେ ଏହି ଚୁକ୍ତିକୁ ଆଗକୁ ବଢାଯିବ ।

vidya balan

ମିଳିଥିବା ସୂଚନା ଅନୁସାରେ ଏହି ଚାଟ୍‍ ଶୋ’ ଆରମ୍ଭ କରିବା ପଛର କାରଣ ହେଉଛି ମହିଳାଙ୍କୁ ଯୋଡିବା । ଯେଉଁ ମହିଳା ମାନେ ଘରୋଇ ହିଂସାର ଶୀକାର ହେଉଛନ୍ତି, ବୈବାହିକ ଜୀବନରେ ସମସ୍ୟା ଦେଇ ଗତି କରୁଛନ୍ତି ସେହି ମହିଳାଙ୍କୁ ନେଇ ଖୋଲାଖୋଲି ଆଲୋଚନା ନିମନ୍ତେ ଏବଂ ଏହାର ସମାଧାନର ବାଟ କାଢିବା ପାଇଁ ଏହି ଶୋ’ ଉଦ୍ୟମ କରିବ । ଶୋ’ରେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ମଧ୍ୟ କିଛି ଅତିଥିଙ୍କୁ ନିୟମିତ ଆମନ୍ତ୍ରଣ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More