Only for Entertainment

ଆଉ ନାହାଁନ୍ତି ବଲିଉଡର ଏହି ଅଭିନେତ୍ରୀ ବିଦ୍ୟା, ଶେଷ ଥର ପାଇଁ କୁଲଫି କୁମାର ବାଜେବାଲା….

152

ଗତକାଲି ସାରା ଭାରତ ଦୁଇ ଦୁଇଟି ଖୁସିର ଉତ୍ôସବ ପାଳନ କରୁଥିବା ବେଳେ ବଲିଉଡ ଅଭିନେତ୍ରୀ ବିଦ୍ୟା ସିହ୍ନା ଏହି ଦୁନିଆରୁ ବିଦାୟ ନେଇ ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲି ଯାଇଛନ୍ତି ଆରପାରିକୁ । ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ସିହ୍ନା ୭୨ବର୍ଷ ବୟସରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ମୁମ୍ବାଇର ସିଟି କେୟାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ଭେଣ୍ଟିଲିଟରରେ ରଖିଥିଲେ । ତାଙ୍କର ହୃଦଜନିତ ଓ ଫୁସ୍‌ଫୁସ୍‌ଜନିତ ସମସ୍ୟା ଥିବା ବେଳେ ଆଜି ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶେଷ ଥର ପାଇଁ ସେ ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଧାରାବାହିକ କୁଲ୍‌ଫି କୁମାର ବାଜେବାଲାରେ ନଜର ଆସିଥିଲେ ।

 

ସୂଚନା ମୁତାବକ, ବିଦ୍ୟା ମାତ୍ର ୧୮ବର୍ଷ ବୟସରୁ କାମ କରିବା ଆରମ୍ଭ କରି ଦେଇଥିଲେ । ଫିଲ୍ମ ଏବଂ ଟିଭିରେ କାମ କରିବା ପୂର୍ବରୁ ସେ ମଡେଲିଂ କରିବା ଆରମ୍ଭ କରିଥିଲେ । ସେ କରିଥିବା ଫିଲ୍ମ ମଧ୍ୟରେ, ରଜନୀଗନ୍ଧା, ହବସ, ଛୋଟି ସି ବାତ୍‌, ମେରା ଜୀବନ, ଇନ୍‌କାର, ଜୀବନ ମୁକ୍ତ, କିତାବ, ପତି ପତ୍ନୀ ଅର୍‌ ବୋ ଏବଂ ତୁହ୍ମାରେ ଲିଏ ଭଳି ଫିଲ୍ମ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More