ବିଦ୍ୟୁତ ଜାମୱାଲଙ୍କ ହାତକୁ ଆସିଲା ଆଉ ଏକ ଆକ୍ସନ ଥ୍ରିଲର, ୨୦୨୦ରେ ହେବ ରିଲିଜ
ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ନିକଟରେ ‘ଜଙ୍ଗଲୀ’ ପରି ଆକ୍ସନ ଫିଲ୍ମରେ ନଜର ଆସିଥିଲେ । କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ଏତେ କମାଲ କରିପାରିଲା ନାହିଁ । ଏହା ପରେ ମଧ୍ୟ ବିଦ୍ୟୁତଙ୍କ ଲୋକପ୍ରିୟତା ଉପରେ କୌଣସି ନକରାତ୍ମକ ପ୍ରଭାବ ପଡି ନାହିଁ । ଖବର ଅନୁସାରେ ବିଦ୍ୟୁତଙ୍କ ହାତକୁ ‘ଖୁଦା ହାଫିଜ’ ନମକ ଏକ ଆକ୍ସନ-ଥ୍ରିଲର ଫିଲ୍ମ ଲାଗିଛି ।
ତାଜା ରିପୋର୍ଟ ଅନୁସାରେ ବିଦ୍ୟୁତଙ୍କ ହାତରେ ନିର୍ଦ୍ଦେଶକ ଫାରୁଖ କବୀରଙ୍କ ଫିଲ୍ମ ହାତକୁ ଆସିଛି । ଏହି ଫିଲ୍ମକୁ କୁମାର ମଙ୍ଗତ ଏବଂ ଅଭିଷେକ ପାଠକ ପ୍ରଡ୍ୟୁସ କରୁଛନ୍ତି । ଖବର ଅନୁସାରେ ଫିଲ୍ମର ସୁଚଟିଂ ମୋରୋସ୍କୋ ଏବଂ କେରଳାରେ ହେବ । ଫିଲ୍ମର ସୁଟିଂ ଚଳିତ ବର୍ଷ ଜୁଲାଇରୁ ଆରମ୍ଭ ହେବ ଏବଂ ଆଗାମୀ ବର୍ଷ ରିଲିଜ ହେବ । ମେକର୍ସ ଏବେ ଫିଲ୍ମର ଲିଡ ଅଭିନେତ୍ରୀଙ୍କୁ ପାଇନାଲ କରିନାହାଁନ୍ତି ।
ଖବର ଅନୁସାରେ ମେକର୍ସ ଏହି ଫିଲ୍ମ ପାଇଁ ଇଣ୍ଟରନ୍ୟାସନାଲ ଆକ୍ସନ କୋରିଓଗ୍ରାଫର ହାୟର କରିବେ । ଯେପରି ଏହାର ଷ୍ଟଣ୍ଟ ଗୁଡିକ ହଲିଉଡ ଫିଲ୍ମ ପରି ହେବ । ଏହି ପ୍ରୋଜେକ୍ଟକୁ ନେଇ ବିଦ୍ୟୁତ କହିଛନ୍ତି ଯେ, ‘ ଏହି ଫିଲ୍ମର ରିୟଲ ଲାଇଫ କାହଣୀରୁ ପ୍ରେରିତ । ଯାହାକୁ ଆମେ ବର୍ତ୍ତମାନର ସମୟକୁ ଦେଖି ନିର୍ମାଣ କରିବୁ । ଏହି ଫିଲ୍ମରେ ଆମେ ଅସଲ ଜୀବନର କିଛି ଇନସିଡେଣ୍ଟ ରଖିବୁ ଏବଂ ଆଶା କରୁଚି ଏହା ଆଜିକା ସମୟର ସବୁଠାରୁ ଭଲ ଆକ୍ସନ-ଥ୍ରିଲର ଫିଲ୍ମ ହେବ । ମୁଁ ଗର୍ବ କରୁଛି ଯେ ମୁଁ ଏହି ପ୍ରୋଜେକ୍ଟର ଅଂଶ ହୋଇ ଥିବାରୁ ।’