Only for Entertainment

ତୃତୀୟ ଥର ପାଇଁ ବିବାହ କରିବେ ବିଜୟ ମାଲ୍ୟା, ଜାଣନ୍ତୁ ତାଙ୍କ ଭାବି ପତ୍ନୀଙ୍କ ବିଷୟରେ

mensxp
0 64

ଭାରତୀୟ ବ୍ୟାଙ୍କ ଗୁଡିକୁ ୯କୋଟିର ଚୂନ ଲାଗାଇ ଫେରାର ହୋଉଯାଇଥିବା ବିଜୟ ମାଲ୍ୟା ତୃତୀୟ ବିବାହ କରିବା ପାଇଁ ଯାଉଛନ୍ତି । ଖବର ଅନୁସାରେ କିଙ୍ଗଫିସର ଏୟାରଲାଇନ୍ସରେ ଏୟାରହୋଷ୍ଟେସ ରହିଥିବା ପିଙ୍କି ଲଲାବାନୀଙ୍କ ସହିତ ସେ ବିବାହ କରିବେ । କିନ୍ତୁ ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରାଯାଇନାହିଁ ।

ପିଙ୍କି ଲାଲବାନୀ ୨୦୧୧ରେ କିଙ୍ଗଫିସରରେ ପାଇଲଟ ଆଟେଣ୍ଡାନ୍ସ ଭାବେ କାମ କରିବା ଆରମ୍ଭ କରିଥିଲେ । ୨୦୧୬ ମାର୍ଚ୍ଚରେ ବିଜୟ ମାଲ୍ୟା ଦେଶ ଛାଡି ଲଣ୍ଡନ ଯିବା ବେଳେ ପିଙ୍କି ମଧ୍ୟ ତାଙ୍କ ସହିତ ଚାଲିଯାଇଥିଲେ ।

Vijay-Lalwani-4

ଖବର ଅନୁସାରେ ମାଲ୍ୟା ଏବଂ ପିଙ୍କିଙ୍କ ନିକଟତର ହେବାକୁ ଲାଗିଥିଲେ । ଦୁହିଁଙ୍କୁ ଅନେକ ଇଭେଣ୍ଟରେ ଏକା ସହିତ ଦେଖିବାକୁ ମିଳିଥିଲା । ଏହାପରେ ପିଙ୍କି ଖୁବ ଶୀଘ୍ର ଏୟାରଲାଇନ୍ସରେ ଏୟାହୋଷ୍ଟେସର ଜବ୍ ପାଇଥିଲେ । ଏହା ସହିତ ପିଙ୍କି କମ୍ପାନୀର ଅନେକ ଆଡ ମଧ୍ୟ କରିଥିଲେ । କେବଳ ଏତିକି ନୁହେଁ ମାଲ୍ୟାଙ୍କର ଅନେକ ପାର୍ଟିକୁ ମଧ୍ୟ ସେ ହୋଷ୍ଟ କରିବାର ଦେଖିବାକୁ ମିଳିଥିଲା । ପିଙ୍କି କିଙ୍ଗଫିସର କ୍ୟାଲେଣ୍ଡର ପାଇଁ ଫଟୋସୁଟ ମଧ୍ୟ କରିଥିଲେ । ଖବର ଅନୁସାରେ ଦୁହେଁ ୩ ବର୍ଷ ଧରି ରିଲେସନସିପରେ ଅଛନ୍ତି ।

ତେବେ ଦେଖାଯାଉ ଭାଇରାଲ ହେଉଥିବା ଏହି ଖବର କେତେ ଦୂର ସତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More